୩୧୦ ଲିଟର ଦେଶୀ ମଦ, ୫୬୦୦ କେଜି ମହିଲ ପୋଚ ଜବତ

Advertisment

ଅବକାରୀ ଚଢ଼ଉ, ଜଣେ ଅଭିଯୁକ୍ତ ଗିରଫ

ଅବକାରୀ ଚଢ଼ଉ, ଜଣେ ଅଭିଯୁକ୍ତ ଗିରଫ

୩୧୦ ଲିଟର ଦେଶୀ ମଦ, ୫୬୦୦ କେଜି ମହିଲ ପୋଚ ଜବତ

Sambad

ରାଉରକେଲା: ରାଉରକେଲା ଅବକାରୀ ବିଭାଗକୁ ଆଜି ବଡ଼ଧରଣର ସଫଳତା ମିଳିଛି। ବିଶ୍ରା ବ୍ଲକ ଜମସେରା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩୧୦ ଲିଟର ଦେଶୀ ମଦ ଓ ୫୬୦୦ କେଜି ମହିଲ ପୋଚ ଜବତ କରିଛି। ଏହାସହ ଜମସେରା ଅଭିଯୁକ୍ତ ପ୍ରକାଶ ନାଗକୁ ଗିରଫ କରି କୋର୍ଟଚାଲାଣ କରିଛି। ଜମସେରା ନଦୀ କୂଳରେ ବହୁଳ ପରିମାଣରେ ଦେଶୀ ମଦ ତିଆରି କରାଯାଉଛି। ଏଠାରୁ ସିଧାସଳଖ ରାଉରକେଲାର ବିଭିନ୍ନ ବସ୍ତି ଅଞ୍ଚଳକୁ ଚୋରାଚାଲାଣ କରାଯାଉଛି।

ଏନେଇ ଗୁପ୍ତ ସୂଚନା ପାଇଁ ଆଜି ଅବକାରୀ ବିଭାଗ ଘଟଣାସ୍ଥଳରେ ଅତର୍କିତ ଚଢ଼ଉ କରିଥିଲା। ସେତେବେଳେ ବନ୍ଧା ରନ୍ଧାରେ ବ୍ୟସ୍ତ ଥିବା ଅଭିଯୁକ୍ତ ପ୍ରକାଶକୁ କାବୁ କରିନେଇଥିଲା। ତେବେ ଆଉ କିଛି ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ଏସ୍‌ଆଇ ଶ୍ରୀଧର ମହାନ୍ତି, ବି.କେ. ଜେନାଙ୍କ ସମେତ ବହୁ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe