ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ଜଣେ ମୃତ, ୫ ଆହତ

ବାଇକ ଧକ୍କାରେ ଯୁବକଙ୍କ ମୃତ୍ୟୁ, ବାପ ପୁଅ ଆହତ

ଯୋଡ଼ା : ବାମେବାରୀ ଥାନା ନଇବୁଗା-ବସନ୍ତପୁର ରାସ୍ତାରେ ଭୋଜି ଖାଇ ଫେରୁଥିବାବେଳେ ଏକ ବରଯାତ୍ରୀ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି।

ମୃତକ ଜଣଙ୍କ ହେଲେ ଝୁମ୍ପୁରା ଥାନା ଅନ୍ତର୍ଗତ ନହବେଡ଼ା ଗ୍ରାମର ମୋହନ ନାଏକ (୨୭)। ଆହତଙ୍କ ପରିଚୟ ମିଳିନି। ପୁଲିସ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏକ ବୋଲେରୋ (ଓଡି-୦୯-ଏ-୫୮୫୪)ରେ ବରଯାତ୍ରୀ ଦଳ ଭୋଜିଖାଇ ରାଜବସା ଗ୍ରାମରୁ ଫେରୁଥି‌ଲେ। ନଇବୁଗା-ବସନ୍ତପୁର ରାସ୍ତାରେ ବୋଲେରୋଟି ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେବା ପରେ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ମୋହନଙ୍କ ମୃତ୍ୟୁ ଘଟିଥିବାବେଳେ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏନେଇ ବାମେବାରୀ ଥାନାରେ କେସ୍‌ ନମ୍ବର ୨୦/୨୦୨୧ରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ଜବତ କରିଛି ବୋଲି ଆଇଆଇସି ରାଜେନ୍ଦ୍ର ସ୍ବାଇଁ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe