ଲଇକେରା: ଦକ୍ଷିଣ ପୂର୍ବ ରେଳପଥ ଝାରସୁଗୁଡ଼ା-ଧୁତରା ରେଳଷ୍ଟେସନ୍ ମଝିରେ ଥିବା ସାରସମାଲରେ ବନ୍ଦ ପଡିଥିବା ୨୫୫ ନଂ. ରେଳ ଫାଟକ ନିକଟସ୍ଥ ଡାଉନ୍ ଲାଇନ୍ ଖୁଣ୍ଟ ନମ୍ବର ୫୨୬/୨୬ ତଳେ ଗୁରବାର ସକାଳେ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ଶବ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଯୁବକ ଜଣକ ସାରସମାଲ କହଁରପଡାର ବିଜୁ ଦିହିରିଆ (୩୦) ବୋଲି ଜଣାପଡ଼ିଛି। ଶୌଚ ପାଇଁ ରେଳ ଧାରଣା ପାର ହେଉଥିବା ବେଳେ କୌଣସି ଟ୍ରେନ୍ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ ରେଲ୍ୱେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତଦେହ ପଡ଼ିଥିବା ସ୍ଥାନରୁ କିଛି ଦୂରରେ ପ୍ଲାଷ୍ଟିକ ବୋତଲ ପଡ଼ିଥିବା ଦେଖାଯାଇଛି।
ଟ୍ରେନ୍ ଲାଇନ୍ରେ କଟି ଯୁବକ ମୃତ
Advertisment
Follow Us