ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ, ଘଟଣା ଚପାଇଦେବାକୁ ଉଦ୍ୟମ

Advertisment
ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ, ଘଟଣା ଚପାଇଦେବାକୁ ଉଦ୍ୟମ

VectorStock

ମଣ୍ଡଳ: ବଲାଙ୍ଗୀର ଜିଲ୍ଲା​ ବେଲପଡ଼ା ଥାନା ମଣ୍ଡଳ ଗାଁର ଲାହାନ୍ତ ନଦୀ ବାଲିଘାଟରୁ ବାଲି ଉଠାଇ ଚାଲାଣ କରୁଥିବା ସମୟରେ ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସିହିନୀ ଗାଁର ସନ୍ନ୍ୟାସୀ ରାଣା। ବୁଧବାର ଭୋର୍‌ରେ ଟ୍ରାକ୍ଟରରେ ବାଲି ଭର୍ତ୍ତି କରି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବେଲପଡ଼ା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଟ୍ରାକ୍ଟରଟି ସିହିନୀ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ବୋଲି ଜଣାପଡ଼ିଥିବା ବେଳେ ଘଟଣା ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ ମୃତକଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦବୋକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe