ରଥଟଣା ବେଳେ ଅଘଟଣ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ, ୮ ଗୁରୁତର

Advertisment
ରଥଟଣା ବେଳେ ଅଘଟଣ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ, ୮ ଗୁରୁତର

ବସ୍ତା: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଆଜି ରଥଟଣା ବେଳେ ଅଘଟଣ ଘଟିଛି। ଗୁଡ଼ିଖାଳ ମଠରେ ଗ୍ରାମବାସୀଙ୍କ ଦ୍ବାରା ରଥଯାତ୍ରା ଆୟୋଜନ ହୋଇଥିଲା। ଗ୍ରାମବାସୀ ଓ ଆଖପାଖ ଅଞ୍ଚଳର ଲୋକମାନେ ରଥ ଟାଣୁଥିଲେ। ଅପରାହ୍ନ ପ୍ରାୟ ୬ଟା ବେଳେ ରଥଟି ରାସ୍ତା ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲା। ଯେହେତୁ ରଥ ନିର୍ମାଣରେ ଲୁହାପାତ ଲାଗିଥିଲା, ତାହା ଚାର୍ଜ ହୋଇଯାଇଥିଲା। ଫଳରେ ରଥ ଉପରେ ଓ ରଥକୁ ପେଲୁଥିବା ଲୋକଙ୍କ ମଧ୍ୟରୁ ଲୁହାପାତକୁ ଧରିଥିବା ୯ ଜଣ ଗୁରୁତର ଆହତ ହୋଇଥିଲେ। ଗୁରୁତରମାନଙ୍କୁ ଆମ୍ବୁଲାନ୍‌ସ ଯୋଗେ ସଂଗେ ସଂଗେ ବସ୍ତା ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠା‌ରେ ଡାକ୍ତର ଅନିଲ କୁମାର ସାହୁ ନାମକ ଜଣେ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି। ଅନିଲଙ୍କ ଘର ଆଗରଡ଼ା। ଅନ୍ୟ ଗୁରୁତର ବ୍ୟକ୍ତିମାନେ ଏବେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe