ଟ୍ରକ-ହାଇଡ୍ରା ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

Advertisment
ଟ୍ରକ-ହାଇଡ୍ରା ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

କାମାକ୍ଷାନଗର: ଆଜି ସନ୍ଧ୍ୟା ୭ଟା ବେଳକୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ରାୟନୃସିଂହପୁର ଗାଁ ଛକ ନିକଟରେ ଟ୍ରକ ଓ ହାଇଡ୍ରା ମୁହାଁମୁହିଁ ଧକ୍କାରେ ଜଣେ ଲୋକର ମୃତ୍ୟୁ ହୋଇଛି। ସେହିଭଳି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଟ୍ରକଟି ଢ଼େଙ୍କାନାଳ ପାର୍ଶ୍ୱରୁ କାମାକ୍ଷାନଗର ଆଡକୁ ଆସୁଥିବା ବେଳେ ହାଇଡ୍ରା ବିପରୀତ ପାର୍ଶ୍ୱରୁ ଆସୁଥିଲା। ଉଭୟ ଗାଡ଼ି ମଧ୍ୟରେ ହଠାତ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତୁ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତକ ଆଉ ଗୁରୁତରଙ୍କର ପରିଚୟ ମିଳିପାରି ନାହିଁ। ଖବର ପାଇ ପୁଲିସ ପହଂଚି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe