ଭଂଜନଗର: ନୂଆଗାଁ ବ୍ରିଜ୍‌ରେ ବାଇକ୍‌ ଦୁର୍ଘଟଣା, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

Advertisment
ଭଂଜନଗର: ନୂଆଗାଁ ବ୍ରିଜ୍‌ରେ ବାଇକ୍‌ ଦୁର୍ଘଟଣା, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ନୂଆଁଗା ବ୍ରିଜ୍‌ ନିକଟରେ ଆଜି ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଭଞ୍ଜନଗର ଅଂଚଳର ଗୌରୀ ଶଙ୍କର ସାହୁ(୩୨)। ଗୌରୀ ନିଜ ବନ୍ଧୁ ରମ୍ଭା ଥାନା ଅଧିନ ହୁମ୍ମା ଅଞ୍ଚଳର ତ୍ରିପତି ମାଳିଙ୍କ ସହିତ ଭଞ୍ଜନଗରକୁ ଆସୁଥିବା ବେଳେ ବିଜ୍ର ନିକଟରେ ଏକ ଗଛକୁ ଧକ୍କା ଦେଇ ବ୍ରିଜ୍‌ ତଳକୁ ଖସି ପଡିଥିଲେ। ଘଟଣାସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ୍‌ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ଗୌରୀକୁ ମୃତ ଘୋଷଣା କରିଥିଲେ। ଗୁରୁତର ଭାବେ ଆହାତ ହୋଇଥିବା ତ୍ରିପତିର ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାକୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ପୁଲିସ୍‌ ଗୌରୀଙ୍କ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe