ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ନନ୍ଦିପଦା ଥାନା ଶାସଙ୍ଗ ଛକ ନିକଟରେ ଆଜି ଏକ ଅଭାବନୀୟ ଅଘଟଣ ଘଟିଛି। ଛକ ଠାରେ ଥିବା ଏକ ମୋଟର ଟାୟାର ମରାମତି ଦୋକାନକୁ ଅସିଥିବା ଟ୍ରାକ୍ଟରର ଚକଫାଟି ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବାବେଳେ ଟ୍ରାକ୍ଟର ମାଲିକ ଗୁରୁତର ହୋଇଛନ୍ତି । ଉଭୟ ଡ୍ରାଇଭର ମାଧବ ଜେନା ଓ ମାଲିକଙ୍କ ସଞ୍ଜିବ୍ ସେଠୀଙ୍କ ଘର ଆନନ୍ଦପୁର ଥାନା ତରଭା ଗାଁରେ ହୋଇଥିବା ଜଣାପଡିଛି । ଟ୍ରାକଟର ଚକ ବଦଳାଉଥିବା ସମୟରେ ଏଭଳି ହଠାତ୍ ଚକ ଫାଟିବାରୁ ଅଘଟଣ ଘଟିଥିବା ସ୍ଥାନୀୟ ଲୋକ କହୁଛନ୍ତି। ଦୁର୍ଘଟଣା ପରେ ସ୍ଥାନିୟ ଲୋକେ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତି କରିବା ପରେ ଡାକ୍ତର ମାଧବଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2022/04/Capture-14.jpg)