ଟ୍ରକ୍‌ ଚାପାରେ ଜଣେ ମୃତ, ଜଣେ ଗୁରୁତର

୨ ବର୍ଷ ବୟସର ଶିଶୁକୁ ଚାପିଦେ‌ଲା ଟ୍ରକ୍‌; ଚାଳକ ଫେରାର ପରେ ଉତ୍ତେଜନା

File photo

ନୂଆପଡ଼ା : ସଦର ଥାନା ଟାନୁୱାଟ ଛକ ନିକଟରେ ଆଜି ଅପରାହ୍ନରେ ଟ୍ରକ୍‌ ଚାପାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ସଦର ଥାନା ଟାନୁୱାଟ ଛକ ନିକଟ ୩୫୩ ନଂ ଜାତୀୟ ରାଜପଥ ଏକ ବାଇକ୍‌ ଓଭରଟେକ କରୁଥିବା ବେଳେ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ। ଯାହାଫଳରେ କୁରୁମପୁରୀ ପଟୁ ଆସୁଥିବା ଏକ ଟ୍ରକ୍‌ ବାଇକ୍‌ରେ ଥିବା ଲଖନା ଥାନା ଭୁର୍କାଡୋରା ଗ୍ରାମର ଲିଙ୍ଗରାଜ ମାଝୀ (୨୭) ଓ ଅଶୋକ ମାଝୀ (୨୫)ଙ୍କ ଉପରେ ଚଢ଼ି ଯାଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାନରେ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ଲିଙ୍ଗରାଜଙ୍କୁ ମୃତ ଘୋଷଣା କରିଥିଲେ। ​ଅଶୋକଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଥିବା ଜଣାପଡ଼ିଛି। ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe