ଚୋରା ମାଙ୍କଡ଼ା ପଥର ବୋଝେଇ ଟ୍ରକ ଓଲଟି ୧ ମୃତ, ଅନ୍ୟ ଜଣେ ଗୁରୁତର  

Advertisment
ମାଲବାହୀ ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ

The Hans India

ଖୋର୍ଦ୍ଧା: ରାତିରେ ମାଙ୍କଡ଼ା ପଥର ଚୋରା ଚାଲାଣ କରୁଥିବା ଏକ ଟ୍ରକ ଲେଉଟି ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନାନୁସାରେ, ଆଜି ରାତିରେ ଜରିପୁଟ ନିକଟରେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ରୋକିବା ପାଇଁ ତହସିଲଦାର, ପୁଲିସ ପକ୍ଷରୁ ଗାଡ଼ିଗୁଡ଼ିକର ଯୁଗ୍ମ ଯାଂଚ ହେଉଥିଲା। ରାତି ପ୍ରାୟ ସାଢ଼େ ୭ଟା ବେଳେ ଏକ ମାଙ୍କଡ଼ା ପଥର ବୋଝେଇ ଟ୍ରକ୍ ପୁଲିସଙ୍କୁ ଦେଖି ଖସି ଚାଲିଯିବାକୁ ଦ୍ରୁତଗତିରେ ଟ୍ରକଟିକୁ ଚଳାଇଥିଲେ। ଫଳରେ ଜାମୁସାହି ନିକଟରେ ଟ୍ରକଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ତୋଟାପଡ଼ାର ଟ୍ରକ୍ ଚାଳକ ଅଜୟ ନାୟକ (୪୦) ଓ ମାନସ ନାୟକ (୩୬) ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପୁଲିସ ଉଦ୍ଧାର କରି ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲା। ସେଠାରେ ଅଜୟଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ମାନସକୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି ।

ଏନେଇ ଟାଉନ୍ ଥାନା ଅଧିକାରୀ କହିଛନ୍ତି ଯେ, ତହସିଲଦାରଙ୍କ ଉପସ୍ଥିତିରେ ପୁଲିସ ଗାଡ଼ିଗୁଡ଼ିକୁ ଯାଂଚ କରୁଥିଲା। ଏହି ସମୟରେ ସେମାନଙ୍କୁ ଦେଖି ଟ୍ରକ୍ଟି ଦ୍ରୁତଗତିରେ ପଳାଇବାକୁ ଉଦ୍ୟମ କରି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏନେଇ ଏକ ମାମଲା ରୁଜୁ କରାଯାଇଛି ଓ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe