୫୫ ନମ୍ବର ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

Advertisment
୫୫ ନମ୍ବର ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

କଣ୍ଟାବଣିଆ/ମେରାମଣ୍ଡଳୀ/ଓଡ଼ାପଡ଼ା: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମ୍‌ବହାଲିି ଛକରେ ୫୫ ନମ୍ବର ଜାତୀୟ ରାଜପଥ ଉପରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଜି ଏଠାରେ ଏକ ଟ୍ରକ୍‌ ଧକ୍କା ଦେବାରୁ ଜଣେ ବାଇକ୍‌ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଲୋକ ଗୁରୁତର ହୋଇଥିବା ଜଣାଯାଇଛି। ମୃତକ ହେଲେ ମୋଟଙ୍ଗା ଥାନା ଅନ୍ତର୍ଗତ ବଦଳୁ ଗ୍ରାମର ପ୍ରଶାନ୍ତ କୁମାର ସାହୁ (୨୫)। ପରିଚୟ ମିଳିପାରି ନଥିବା ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଫେରାର ହୋଇଯାଇଛି।

ସୂଚନାଯୋଗ୍ୟ, ଗତ ମାସ ୨୭ ତାରିଖରେ ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ମେରାମଣ୍ଡଳୀ ବାଇପାସ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ଦୁଇ ଜଣ ବାଇକ ଆରୋହୀଙ୍କର ଜୀବନ ଯାଇଥିବା ବେଳେ ଆଉ ଜଣେ ଲୋକ ଗୁରୁତର ଆହତ ହୋଇଥିଲେ। ମୃତ୍ୟୁବରଣ କରିଥିବା ଦୁଇ ଯୁବକ ହେଲେ ସ୍ଥାନୀୟ ମାଶାଣିଆ ଗାଁର ନରେଶ ନାଏକ ଓ ଚିଣ୍ଟୁ ନାଏକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe