ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବରଯାତ୍ରୀ ମୃତ, ଦୁଇ ଗୁରୁତର

Advertisment
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବରଯାତ୍ରୀ ମୃତ, ଦୁଇ ଗୁରୁତର

ଭଦ୍ରକ: ବନ୍ତ ଥାନା ଅନ୍ତର୍ଗତ ସୁନାଗଡିଆ ଗ୍ରାମର ଅକୃର ବାରିକଙ୍କ ପୁଅ ବାହାଘର ପାଇଁ ଆଜି ବନ୍ତ ଥାନା ଅନ୍ତର୍ଗତ ପଦାକଣା ଗ୍ରାମକୁ ଯାଇଥିଲେ। ସେଠାରେ ଶୋଭାଯାତ୍ରା ଚାଲୁଥିବା ସମୟରେ ବରଯାତ୍ରୀ ଭାବେ ଯାଇଥିବା ସୁନାଗଡିଆ ଗ୍ରାମର ପ୍ରଭାତ ସ୍ୱାଇଁ ଅସାବଧାନତା ଯୋଗୁଁ ନୀଚାରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ଅନ୍ୟ ଦୁଇଜଣ ଯୁବକ ମଧ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଚିକିତ୍ସା ପାଇଁ ବନ୍ତ ଡ଼ାକ୍ତରଖାନାକୁ ନେଇଥିଲେ। ମାତ୍ର ସେମାନଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ଡ଼ାକ୍ତର ପ୍ରଭାତଙ୍କୁ ମୃତ ଘୋଷଣା କରିଥିଲା ବେଳେ ଅନ୍ୟ ଦୁଇ ଆହତ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe