ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ମୃତ୍ୟୁ

Advertisment
ଖୋର୍ଦ୍ଧା : ଦୁର୍ଘଟଣାରେ ଯୁବକ ମୃତ

ଦଶରଥପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ କନିକାପଡ଼ା ପଞ୍ଚାୟତ ନାଗାପାଟଣା ଗ୍ରାମର ରାହାସ ବିହାରୀ ଦାସଙ୍କ ପୁଅ ନରେଶ(୪୨)ଙ୍କର ଟ୍ରାକ୍ଟର ଧକ୍କାରେ ମୃତ୍ୟୁ ହୋଇଯାଇଛି। ନ‌ରେଶ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ କେନ୍ଦ୍ରାପଡ଼ା ଜି‌ଲ୍ଲା ପଟ୍ଟାମୁଣ୍ଡାଇ ଯାଇଥିବା ବେଳେ ସେଠାରେ ଦୁର୍ଘଟଣାର ଶିକାର ହୋଇଥିଲେ। ବିବାହ ଉତ୍ସବ ପରେ ସେ ରବିବାର ଘରକୁ ଫେରୁଥିଲେ। ବାଟରେ ତାଙ୍କୁ ଏକ ଟ୍ରାକ୍ଟର ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନା ନେଇଥିବା ବେଳେ ସେଠାରେ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ପୁଲିସ ଶବ ଜବତ କରି ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ସଂଧ୍ୟାରେ ମରଶରୀରକୁ ଗାଁରେ ଶେଷକୃତ୍ୟ କରାଯାଇଥିଲା। ତାଙ୍କର ୨ଟି ପୁଅ, ଝିଅ ଅଛନ୍ତି। ନରେଶଙ୍କ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗ‌ାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe