ସିମେଣ୍ଟ ବୋଝେଇ ଟ୍ରକ୍‌ ଚାପାରେ ଖଲାସୀ ମୃତ

Advertisment
ସିମେଣ୍ଟ ବୋଝେଇ ଟ୍ରକ୍‌ ଚାପାରେ ଖଲାସୀ ମୃତ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଜଲିଆ ଗାଁ ନିକଟରେ ରବିବାର ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଚାପାରେ ଏହାର ଖଲାସୀ ସୁଧୀର ସେଠୀ (୨୬ବର୍ଷ)ଙ୍କ ମୃତ୍ୟୁ ଘଟିଛି। ମୃତ ସୁଧୀରଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା ବୁଢ଼ୀପଦର ଗାଁରେ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ପ୍ରକାଶ ତ୍ରିପାଠୀ ବେଲପଡ଼ା ଥାନାରେ ଆତ୍ମସମର୍ପଣ କରିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ‌େଯ ଜଲିଆ ଗ୍ରାମର ଜଣେ ସିମେଣ୍ଟ ଏଜେଣ୍ଟଙ୍କ ପାଖକୁ ଟ୍ରକ୍‌ (ଓଡି ୨୬ ଏ ୮୪୮୮)ରେ ସିମେଣ୍ଟ ଆସୁଥିଲା। ଗାଁ ନିକରେ ରାସ୍ତା ସଂକୀର୍ଣ୍ଣ ହୋଇଥିବାରୁ ଟ୍ରକ୍‌ଟି ଯାଇ ପାରି ନଥିଲା। ଫଳରେ ଚାଳକ ଟ୍ରକ୍‌ଟିକୁ ପଛକୁ ଘୁଞ୍ଚାଉଥିଲେ। ଖଲାସୀ ଓହ୍ଲାଇ ଚାଳକଙ୍କୁ ଇସାରା କରୁଥିଲେ। ଏହି ସମୟରେ ଖଲାସୀ ହଠାତ୍‌ ଟ୍ରକ ଓ ଉକ୍ତ ରାସ୍ତାରେ ଥିବା ଏକ କାନ୍ଥ ମଝିରେ ଚାପି ହୋଇ ଯାଇଥିଲେ। ଅଞ୍ଚଳବାସୀ ତାଙ୍କୁ ଉଦ୍ଧାର କରି ବେଲପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ହେଲେ ବାଟରେ ତାଙ୍କ ମୃତ୍ୟୁ ଘଟିଥିଲା। ବେଲପଡ଼ା‌ ପୁଲିସ କେସ ନଂ ୧୦୨ରେ ଏକ ମାମାଲା ରୁଜୁ କରି ଅଧିକ ତଦନ୍ତ କରୁଛି ବୋଲି ଥାନାଧିକାରୀ ବୁଲୁ ମୁଣ୍ଡା କହିଛନ୍ତି।

ଭାରସାମ୍ୟ ହରାଇଲା ମାଲବୋଝେଇ ଟ୍ରକ୍‌, ପାଟଣାଛକରେ ଦୋକାନକୁ ମାଡ଼ିଗଲା  
ସଟ୍‌ଡାଉନ୍‌ରେ ରାସ୍ତାଘାଟ ଶୂନଶାନ। ଏଭଳି ସମୟରେ ପାଟଣା ଛକଠାରେ ଏକ ଟ୍ରକ ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତା କଡେ ଥିବା ଦୋକାନକୁ ପୋଛି ନେଇଥିଲା। ଦୋକାନଗୁଡ଼ିକର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଛି। ଅନେକ ଷ୍ଟଲ ସାମ୍ନା ପଟ କ୍ଷତିଗ୍ରସ୍ତ ହୋଇଛି। ପୁଲିସ ଡ୍ରାଇଭରକୁ ଅଟକ ରଖିବା ସହିତ ଟ୍ରକ୍‌କୁ ଜବତ କରି ତଦନ୍ତ ଜାରି ରଖିଛି। ଆଜି ସଟ୍‌ଡାଉନ୍‌ ଥିବାରୁ ଦୋକାନଗୁଡ଼ିକ ବନ୍ଦ ଥିଲା ଓ ରାସ୍ତା ଖାଲି ଥିଲା। ଫଳରେ ଏକ ବଡ଼ ଅଘଟଣ ଟଳିଯାଇଛି। ନହେଲେ ଅନେକ ଧନ ଜୀବନ ନଷ୍ଟ ହୋଇଥାନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe