ବାଇକ୍‌ ଆରୋହୀଙ୍କୁ ଚାପିଦେଲା ଦ୍ରୁତଗାମୀ ପିକ୍‌-ଅପ୍‌

Advertisment
ବାଇକ୍‌ ଆରୋହୀଙ୍କୁ ଚାପିଦେଲା ଦ୍ରୁତଗାମୀ ପିକ୍‌-ଅପ୍‌

ଖାରି/ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବୁର୍ଡା-ଅର୍ଜୁନପୁର ରାସ୍ତାର ତିଲେଇମାଲ ଛକ ନିକଟ ଯାମଦାଦର ଛକ ନିକଟରେ ଘଟିଛି ଏକ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା। ମଙ୍ଗଳବାର ଭୋର ସକାଳୁ ଏକ ବାଇକ୍‌ (ଓଆର୍‌୩୧ ୩୨୦୪)କୁ ଦ୍ରୁତଗାମୀ ପିକ୍‌-ଅପ (ଓଡି ୨୫ଜି-୨୮୯୬) ଧକ୍କା ହେବାରୁ ଜଣେ ଯୁବକର ମୃତ୍ୟୁ ହୋଇଛି। ଯୁବକ ଜଣକ ସୋନପୁର ଥାନା କଇଁଫୁଲ ଗାଁର ସନ୍ତୋଷ ଗୁରୁ ବୟସ (୪୦)।  ଘଟଣାସ୍ଥଳରେ ତରଭା ଥାନା ଭାରପ୍ରାପ୍ତ ଅଧିକାରୀ ସୁବ୍ରତ ପାଣିଗ୍ରାହୀ, ମେଣ୍ଡା ଫାଣ୍ଡି ଅଧିକାରୀ ସଂଜୀବ ବସ୍ତିଆ ସଦଳବଳେ ପହଂଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଜାରିରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe