iStock
ବାଲିଶଙ୍କରା: ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ବନ୍ଧବାହାଲ ଓ ଘୋଘର ମଧ୍ୟ ରାସ୍ତାରେ ୧୨ଟା ସମୟରେ ଶିକାଯୋର ଗୋରୁ ବଜାରରୁ ଗୋରୁ ଖେଦି ନେଉଥିବା ବନଡେଗା ଗ୍ରାମର ସୁନ୍ଦର ସାଏ ଖଡ଼ିଆ (୪୦) ଙ୍କୁ ପଛ ପଟୁ ଏକ ଅଚିହ୍ନା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା। ରାସ୍ତାରେ ପଡି ସେ ଛଟପଟ ହେଉଥିବା ଦେଖି ତାଙ୍କ ସାଥିରେ ଥିବା ସାଙ୍ଗ ମାନେ ତାକୁ ଡାକ୍ତରଖାନା ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।ଖବର ପାଇ ପୋଲିସ ଶବ ଜବତ କରିଥିବାବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବ ବୋଲି ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2022/06/dead-f.jpg)