Shutterstock
ଜୟପୁର: ଆଜି ସନ୍ଧ୍ୟା ଆଠଟା ବେଳେ ଉମୁରୀ ଗାଁରେ ପିକ୍ଅପ୍ ଧକ୍କାରେ କାହ୍ନୁ ପେଣ୍ଟିଆ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁଯୟୀ, ଜୟପୁର ସଦର ଥାନା ଅନ୍ତର୍ଗତ ଉମୁରୀ ଗାଁ ଏନ୍ଏଚ ଦେଇ କାହ୍ନୁ ପେଣ୍ଟିଆ ଚାଳି ଚାଳି ଯାଉଥିବା ବେଳେ ତାଙ୍କୁ ପଛ ପଟରୁ ପିକ୍ଅଫ ଭ୍ୟାନ ଧକ୍କା ଦେଇଥିଲା। କାହ୍ନୁ ଦୂରକୁ ଛିଟକି ପଡିଵା ସହ ମୁଣ୍ଡରେ ଗୁରଡର ମାଡ଼ ବାଜିଥିଲା। ରକ୍ତାକ୍ତ ଅଵସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଡ଼ାକ୍ତରଖାନାରେ ପହଂଚିବା ବେଳକୁ କାହ୍ନୁଙ୍କ ପ୍ରାଣ ବାୟୁ ଉଡିଯାଇଥିଲା। ଡାକ୍ତର ମୃତ ଘୋଷଣା କରିଥିଲେ ବୋଲି କହିଛନ୍ତି ସଦର ଥାନା ଅଧିକାରୀ ଈଶ୍ଵର ତାଣ୍ଡି। ଦୁର୍ଘଟଣା ପରେ ପିକ୍ଅପ୍ ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲେ।
ଏଏସଆଇ କାମାକ୍ଷୀ ବିଷୋୟୀ ଟ୍ରାଫିକ ଜାମ ସଜାଡ଼ି ଥିଲେ। ଶୁକ୍ରବାର ଶବ ବ୍ୟବଚ୍ଛେଦ କରାଯିବ।
Follow Us