ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରାଜସ୍ବ ବଙ୍ଗଳା ନିକଟରେ ଥିବା ଏକ ଜଳଖିଆ ଦୋକାନ ଉପରକୁ ବାଇକ୍ ମାଡ଼ିଯିବା ଫଳରେ ଘଟଣାସ୍ଥଳରେ ଜଣକ ମୃତ୍ୟୁ ହୋଇଥିବା ବେଳେ ବାଇକ୍ ଚାଳକଙ୍କ ସମେତ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ସୁନାପାଙ୍ଗା ଗ୍ରାମର ସୀମାଞ୍ଚଳ ସାହୁ। ସମସ୍ତ ଆହତଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତିନିଜଣ ଗୁରୁତର କୈବଲ୍ୟ ପାତ୍ର, ସୂରଜ କୁମାର ବେହେରା ଏବଂ ବାଇକ୍ ଚାଳକ ବିପ୍ଳବ ପ୍ରଧାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ବିପ୍ଳବ ବାଇକ୍(ଓଡ଼ି୦୩-ଭି-୭୪୦୨) ନେଇ ଦ୍ରୁତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଜାତୀୟ ରାଜପଥ କଡ଼ରେ ଥିବା ଜଳଖିଆ ଦୋକାନ ଭିତରକୁ ପଶି ଯାଇଥିଲେ। ଏହି ସମୟରେ ଜଳଖିଆ ଖାଉଥିବା ୭ ଜଣଙ୍କ ଉପରକୁ ବାଇକ୍ ଚଢ଼ି ଯାଇଥିଲା। ତୁରନ୍ତ ସ୍ଥାନୀୟ ଲୋକେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us