ହାଇୱା ସହିତ ବାଇକ ମୁଁହାମୁଁହି ଧକ୍କା, ଜଣେ ମୃତ ଜଣେ ଗୁରୁତର

ହାଇୱା ସହିତ ବାଇକ ମୁଁହାମୁଁହି ଧକ୍କା, ଜଣେ ମୃତ ଜଣେ ଗୁରୁତର

ଖଣ୍ଡପଡ଼ା: ଖଣ୍ଡପଡା ବ୍ଲକ ଅଧୀନ ଖଳିସାହି ତୋଟା ହନୁମାନ ନିକଟରେ ବାଲି ବୋଝେଇ ହାଇୱା ସହିତ ବାଇକ ମୁଁହାମୁଁହି ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଆଜି ସନ୍ଧ୍ୟାରେ ଭାପୁର ଧାନଚାଙ୍ଗଡା ଗ୍ରାମର ବିକ୍ରମ ସାହୁ (୨୦) ଏବଂ ବିକାଶ ନାଏକ(୧୮) ବାଇକ ଯୋଗେ ଖଣ୍ଡପଡାରୁ ଖଳିସାହି ଅଭିମୁଖେ ଯାଉଥିବା ବେଳେ ବିପରୀତ ପାର୍ଶ୍ଵରୁ ଆସୁଥିବା ବାଲିବୋଝେଇ ହାଇୱା ସହିତ ମୁଁହାମୁଁହି ହୋଇଥିଲେ। ଫଳରେ ଘଟଣାସ୍ଥଳରେ ବିକ୍ରମ ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ବିକାଶ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ହାଇୱା ଚାଳକ ଦ୍ରୁତଗତିରେ ପଳାଉଥିବା ବେଳେ ସହରାଞ୍ଚଳ ଅଧୀନ ମେଡିକାଲ ଛକ ନିକଟରେ ସ୍ଥାନୀୟ ବାସିନ୍ଦା ଗାଡି ଅଟକାଇବା ସହିତ ଡ୍ରାଇଭରକୁ ଉତ୍ତମ ମଧ୍ୟମ ଦେଇଥିଲେ।

publive-image

ଘଟଣାସ୍ଥଳରେ ଖଣ୍ଡପଡା ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ଦୁର୍ଘଟଣା ଘଟାଇଥିବା ହାଇୱାର ଚାଳକ ଏବଂ ହେଲପରକୁ ଅଟକ ରଖିଥିବା ଜଣାପଡିଛି। ଗୁରୁତର ଆହତ ବିକାଶକୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର ହୋଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାପଡିଛି। ମୃତ ବିକ୍ରମ ଜଣେ ରାଜମିସ୍ତ୍ରୀ ଭାବେ ଭୁବନେଶ୍ୱରରେ କାମ କରୁଥିବା ବେଳେ ରାକ୍ଷୀ ପୂର୍ଣିମା ଅବସରରେ ଗାଁକୁ ଆସିଥିଲେ। ତେବେ ଖଣ୍ଡପଡାରେ ଜଣେ ସାଙ୍ଗକୁ ଦେଖା କରିବାକୁ ଆସିଥିବାବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି।

ସେହିପରି ଦୁର୍ଘଟଣା ଘଟାଇଥିବା ହାଇୱା ଶରଣକୁଳ ଅଞ୍ଚଳର ହୋଇଥିବା ବେଳେ ଚାଳକ ସନ୍ତୋଷ ପରିଡା ଏହି ଅଂଚଳର କରଡା ରଘୁନାଥପୁର ଶାସନ ଅଞ୍ଚଳର ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଏ ସମ୍ପର୍କରେ ଖଣ୍ଡପଡା ଥାନାରେ ଏକ ମାମଲା ରୁଜୁ ହେବାସହିତ ଘଟଣାର ଅଧିକ ତଦନ୍ତ କରାଯାଉଥିବା ଥାନାଧିକାରୀ ବିଶ୍ୱଜିତ ରାଉତରାୟଙ୍କ ଠାରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe