Shutterstock
ମ. ରାମପୁର: ମ. ରାମପୁର ଥାନା ରାମୁଡ଼ ପାଖରେ ଟ୍ରାକ୍ଟରରୁ ପଡ଼ି ଯଦୁ ମାଝୀ (୨୪)ଙ୍କ ମୃତ୍ୟୁ ଘଟିଛି। ଏଥିରେ କିଶନ ମାଝୀ (୧୫) ଓ ଦୁଷ୍ମନ୍ତ ମାଝୀ (୧୮) ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ବୁଧବାର ସଂଧ୍ୟାରେ ଏକ ଟ୍ରାକ୍ଟର ପାଣି ପାଇପ୍ ନେଇ ରିଷିଡ଼ାରୁ ରାମପୁର ଆଡ଼କୁ ଆସୁଥିଲା। ରାମୁଡ଼ ପାଖରେ ଟ୍ରାକ୍ଟର ଭାରସାମ୍ୟ ହରାଇ ଜୋର୍ରେ ଦୋହଲି ଯାଇଥିଲା। ଫଳରେ ଟ୍ରାକ୍ଟରରେ ବସିଥିବା ଏହି ଶ୍ରମିକମାନେ ଛିଟକି ପଡ଼ିଥିଲେ। ଯଦୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆହତ କିଶନ ଓ ଦୁଷ୍ମନ୍ତଙ୍କୁ ଉଦ୍ଧାର କରି ତୁରନ୍ତ ମ. ରାମପୁର ଡାକ୍ତରଖାନାକୁ ଅଣାଯାଇଥିଲା। ମୃତାହତମାନେ ଲାଞ୍ଜିଗଡ଼ ବ୍ଲକ୍ ବିଶ୍ୱନାଥପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
Follow Us