୫୭ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ବୋଲେରୋ-କାର ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର 

Advertisment
୫୭ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ବୋଲେରୋ-କାର ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର 

ହରଭଙ୍ଗା: ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ହରଭଙ୍ଗା ବ୍ଲକର ପୁରୁଣାକଟକ ଥାନା ଅନ୍ତର୍ଗତ ଲଇଗାଁ ଛକ ନିକଟ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥରେ ବୁଧବାର ଅପରାହ୍ନରେ ହୋଇଥିବା ଏକ ସଡକ ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଖବର ପାଇ ପୁରୁଣାକଟକ ପୁଲିସ ଓ ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପୁଲିସ ଦୁର୍ଘଟଣା ଗ୍ରସ୍ତ ଉଭୟ ଗାଡି ଓ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧକୁ ପଠାଇଥିବା ବେଳେ ଅଗ୍ନିଶମ ବାହିନୀ ଦ୍ୱାରା ଆହତଙ୍କୁ ଉଦ୍ଧାର କରି ପ୍ରଥମେ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ମାତ୍ର ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସେଠାରୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇ ଥିବା ଜଣାପଡ଼ିଛି।

ଅନ୍ୟପଟେ ଦୁର୍ଘଟଣା ଘଟିଥିବା ବଲେରୋର ଡ୍ରାଇଭର ସମେତ ଅନ୍ୟ ସମସ୍ତ ଆରୋହୀ ସେଠାରୁ ଫେରାର ହୋଇଥିବା ଜଣାପଡିଛି। ମୃତକ ଜଣକ ଧ୍ରୁବ ଚରଣ ବେହେରା (୫୨) ଏବଂ ଗୁରୁତର ଆହତଙ୍କ ନାଁ ନୀଳାମ୍ବର ସ୍ଵାଇଁ(୪୨) ଉଭୟ ବଲାଙ୍ଗୀର ଗୁରୁଚିପାଲି ଅଞ୍ଚଳର ବୋଲି ଜଣାଯାଇଛି। ମିଳିଥିବା ସୂଚନା ମତେ ମୃତକ ବଲାଙ୍ଗୀରରୁ ଏକ କାର ଯୋଗେ ନୟାଗଡ଼ ଯାଇ ସେଠାରୁ ବଲାଙ୍ଗୀର ଫେରୁଥିଲେ। ହେଲେ ସୌଭାଗ୍ୟ ବଶତଃ କାରର ଡ୍ରାଇଭର ସୁରକ୍ଷିତ ଥିବା ପୁଲିସ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe