ମନ୍ଦିର ଦର୍ଶନ ପାଇଁ ବାଇକ୍‌ରେ ଯାଉଥିଲେ ଦୁଇ ଯୁବକ: ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ଝିଅ ଘରୁ ସାବିତ୍ରୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ବାପା ମୃତ

ବୀରମହାରାଜପୁର: ମନ୍ଦିର ଦର୍ଶନ ପାଇଁ ସମ୍ବଲପୁର ଯାଉଥିବା ବେଳେ ଉଲୁଣ୍ଡା ଥାନା ଅନ୍ତର୍ଗତ ସାଲେସିଂ ବୁଳାଣି ରାସ୍ତାରେ ବୋଲେରୋ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ ଯୁବକ ହେଲେ ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଅତର୍ଡ଼ା ଗ୍ରାମର ମଛିନ୍ଦ୍ର ଦଳବେହେରା (ମଣ୍ଟୁ) ଏବଂ ଗୁରୁତରଙ୍କ ନାମ ରୁକୁଣ ପଧାନ।

ସୂଚନା ଅନୁସାରେ ଆଜି ମଣ୍ଟୁ ଏବଂ ରୁକୁଣ ଏକ ବାଇକ୍ ଯୋଗେ ସମ୍ବଲପୁରକୁ ମନ୍ଦିର ଦର୍ଶନ କରିବାକୁ ଯାଉଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ସମ୍ବଲପୁର ପଟରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ ବୋଲେରୋ ସାଲେସିଂ ବୁଲାଣି ରାସ୍ତାରେ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟେ ଛିଟିକି ପଡ଼ିଥିଲେ। ଖବର ପାଇଁ ଅଗ୍ନିଶମ ବାହିନୀ ଏବଂ ଆମ୍ବୁ ଲାଂଶ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ପ୍ରାଥମିକ ଚିକିତ୍ସା ପରେ ମଣ୍ଟୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ତେବେ ରୁକୁଣଙ୍କ ଗୋଡ ଭାଙ୍ଗି ଯାଇଥିବାରୁ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ମୃତଦେହ ଜବତ କରିବା ଶହ ତଦନ୍ତ ଜାରି ରଖିଛି। ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ପୁଲିସ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe