ଜାତୀୟ ରାଜପଥରେ ଟ୍ରକ-କାର ମୁହାଁମୁହିଁ ଧକ୍କା: ଜଣେ ମୃତ, ୨ ଗୁରୁତର

Advertisment
ଜାତୀୟ ରାଜପଥରେ ଟ୍ରକ-କାର ମୁହାଁମୁହିଁ ଧକ୍କା: ଜଣେ ମୃତ, ୨ ଗୁରୁତର

ଅନୁଗୁଳ: ହଣ୍ଡପା ଥାନା ଅଧିନସ୍ଥ ପାଗବନ୍ଧା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଜାତୀୟ ରାଜପଥ ୫୫ରେ ଏକ ଟ୍ରକ ଓ କାର୍‌ ମୁହାଁମୁହିଁ ଧକ୍କା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଟ୍ରକଟି ସମ୍ବଲପୁରରୁ ଅନୁଗୁଳ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କାରକୁ ଧକ୍କା ଦେଇଥିଲା।

ଦୁର୍ଘଟଣାରେ କାର ଡ୍ରାଇଭର ଦୀପକ ସ୍ୱାଇଁଙ୍କର ମୃତ୍ୟୁ ହୋଇଛି ଏବଂ ତାଙ୍କ ଭାଇ ଦେବବ୍ରତ ସ୍ୱାଇଁ ଗୁରୁତର ହୋଇଛନ୍ତି । ଦୀପକ ଏବଂ ଦେବ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନେ ଭଦ୍ରକରୁ ସମ୍ବଲପୁର ଧୂପକାଠି ବ୍ୟବସାୟ ପାଇଁ ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe