ଦୁର୍ଘଟଣାରେ ବାଇକ୍‌ ଚାଳକ ମୃତ

Advertisment
ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ କାଦୋଡିହା ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ବାଇକ୍‌ ଚାଳକ କାହ୍ନୁ ଦେହୁରୀଙ୍କ ମୃତ୍ୟୁ ହୋଇଛି। ଆଜି ସଂଧ୍ୟା ୮ଟାବେଳେ ବଡ଼ଙ୍ଗା ଗ୍ରାମର କାହ୍ନୁ ଦେହୁରୀ ଓଡ଼ି ୦୯ସି ୩୯୬୮ ବାଇକ୍‌‌ରେ ବାଲିଯୋଡ଼ି ଛକରୁ କୋଇଡ଼ା ଆଡ଼କୁ ଯାଉଥିଲେ। ଏତିକିବେଳେ ତାଙ୍କୁ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ କୋଇଡ଼ା ଥାନା ଅଧିକାରୀ ଘଟଣାସ୍ଥଳର ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe