ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ, ୨ ଆହତ 

Advertisment
ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ, ୨ ଆହତ 

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ଚଟିବରଘାଟ ଗ୍ରାମ ନିକଟରେ ଗୁରୁବାର ସନ୍ଧ୍ୟା ୫ଟାରେ ଘଟିଥିବା ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତକ ହେଲେ ଗଇଲୋ ଗ୍ରାମର ନନ୍ଦରାମ ତିର୍କୀ। ମିଳିଥିବା ସୂଚନା ଅନୁଯାୟୀ, ତିଲେଇବଣି ବ୍ଲକ ଅନ୍ତର୍ଗତ ଗଇଲୋ ଗ୍ରାମର ଲଧୁରାମ ତିର୍କୀ, ନନ୍ଦରାମ ତିର୍କୀ ଏବଂ ଦୁଧିଆନାଳୀ ଗ୍ରାମର ଦୁଲିଚାନ୍ଦ ସନାତନ ଏକ ବାଇକରେ ଦୁଧିଆନାଳୀ ଗ୍ରାମ ଅଭିମୁଖେ ଯାଉଥିବାବେଳେ ୪୯ନଂ ଜାତୀୟ ରାଜପଥର ଚଟିବରଘାଟ ନିକଟରେ ବାଇକରୁ ଭାରସାମ୍ୟ ହରାଇ ତିନି ଜଣ ବାଇକରୁ ଖସିପଡିଥିଲେ। ଘଟଣାସ୍ଥଳରେ ନନ୍ଦରାମଙ୍କ ମୃତ୍ୟୁ ଘଟିଥିଲା। ‌ଗୁରୁତର ଆହତ ହୋଇଥିବା ଲଧୁରାମ ଓ ଦୁଲିଚାନ୍ଦଙ୍କୁ ଉଦ୍ଧାର କରି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଘଟଣାସ୍ଥଳରେ ଦେବଗଡ଼ ଥାନା ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe