ବ୍ରିଜର ସେଣ୍ଟରିଂ ଭୁଶୁଡିବାରୁ ଜଣଙ୍କର ମୃତ୍ୟୁ

Advertisment
ଦୁଇ ଛାତ୍ରଙ୍କ ଆତ୍ମହତ୍ୟା ମାମଲା: ସାମ୍ନାକୁ ଆସିଲା ଇନ୍‌ଷ୍ଟା ପୋଷ୍ଟ, ସୁଇସାଇଡ୍‌ ନୋଟ୍‌

ମାଲକାନଗିରି: ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀ ଠାରୁ ବଡଡୁରାଲ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ମଝିରେ ଏକ ବ୍ରିଜ ନିର୍ମାଣ ହେଉଥିଲା। ଏହି ବ୍ରିଜର ସେଣ୍ଟେରିଂ ଛାତ ହଠାତ୍ ଭୁଶୁଡି ପଡିବା ଯୋଗୁଁ ଜଣେ ଯୁବକ ସେହି ସେଣ୍ଟେରିଂ ତଳେ ଚାପି ହୋଇ ଗୁରୁତର ହୋଇଥିଲେ। ତେବେ ତାଂକୁ ତୁରନ୍ତ ମାଥିଲି ଡାକ୍ତରଖାନା ଓ ପରେ ଜୟପୁର ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ସେ ମୃତ୍ୟବରଣ କରିଥିବା ଜଣାପଡିଛି।

ଘଟଣା ଅନୁଯାୟୀ ଆଜି ସକାଳୁ ସ୍ଥାନୀୟ ଅଂଚଳର କିଛି ଶ୍ରମିକ ଏହି ରାସ୍ତା କାମରେ ନିୟୋଜିତ ହୋଇଥଲେ। ରାସ୍ତା ମଝିରେ ଥିବା ଏକ ବ୍ରିଜ ନିର୍ମାଣ ହେଉଥିବାରୁ ସେଠାରେ ମଧ୍ୟ କିଛି ଶ୍ରମିକ କାମ କରୁଥିଲେ। ହଠାତ୍ ବ୍ରିଜର ସେଣ୍ଟେରିଂ ଛାତ ଭୁଶୁଡି ପଡିବାରୁ ଦେବ ଶିଶା ନାମକ ଜଣେ ଯୁବକ ମାଟି ତଳେ ଚାପି ହୋଇ ଗୁରୁତର ହୋଇଥିଲେ।ଦେବର ଘର ମାଡକାପଦର ବୋଲି ଜଣାପଡିଛି। ଦେବ ଗୁରୁତର ହେବାରୁ ତାଂକୁ ତୁରନ୍ତ ମାଥିଲି ମେଡିକାଲ ନେବାକୁ କୁହାଯାଇଥିଲା। କିନ୍ତୁ ସେଠାରେ ସେ ଗୁରୁତର ହେବାରୁ ଡାକ୍ତର ଜୟପୁର କିମ୍ବା କୋରାପୁଟ ନେବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ତାଂକୁ ପ୍ରଥମେ ଜୟପୁର ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରୁଥିବା ଜଣାପଡଛି।ତେବେ ସେଠାରେ ହିଁ ତାଂକର ମୃତ୍ୟୁ ହୋଯାଇଥିବା ପରିବାର ଲୋକେ କହିଛନ୍ତି। ତେବେ ଆଜି ସଂଧ୍ୟାରେର ପରିବାର ଲୋକେ ଏନେଇ ଗୋବିନ୍ଦପାଲ୍ଲୀ ଫାଣ୍ଡିରେ ଏତଲା ଦେଇଥିବା ଜଣାପଡିଛି। ପୁଲିସ ଏତଲାକୁ ଭିତ୍ତି ରକି ତଦନ୍ତ କରୁଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe