ବାହାଡ଼ାଝୋଲା ସଂଗରୋଧ କେନ୍ଦ୍ରରେ ଜଣେ ମୃତ

ବାହାଡ଼ାଝୋଲା ସଂଗରୋଧ କେନ୍ଦ୍ରରେ ଜଣେ ମୃତ

 ନୂଆଗାଁ: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବାହାଡ଼ାଝୋଲା ସଂଗରୋଧ କେନ୍ଦ୍ରରେ ବୁଧବାର ସକାଳେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ହରେକୃଷ୍ଣ ନାୟକ(୩୧) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ହରେକୃଷ୍ଣ ନାୟକ ଗତ ୧୦ଦିନ ହେବ ସୁରତରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ଆଜି ସକାଳୁ ସେ ଗାଧୋଇବା ପାଇଁ ଶରୀରରେ ତେଲ ମାଲିସ୍‌ କରୁଥିବା ବେଳେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହ ସେ ଅସୁସ୍ଥ ହୋଇ ପଡିଥିଲେ।

ସେଠାରୁ ତାଙ୍କୁ ତୁରନ୍ତ ସ୍ଥାନୀୟ ଚିକିତ୍ସାଳୟକୁ ଅଣାଯାଇଥିଲା, ସେଠାରେ ତାଙ୍କ ଅବସ୍ଥା ଶୋଚନୀୟ ହେବାରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ହରେକୃଷ୍ଣ ନାୟକଙ୍କୁ ମୃତ ଘୋଷଣା କରିଥିଲେ।

ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଯୁବକଙ୍କ ମୃତ୍ୟୁକୁ ନେଇ ନାନା ସନ୍ଦେହ ପ୍ରକାଶ ପାଇଥିବା ବେଳେ , ଶବ ବ୍ୟବଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ନୂଆଗାଁ ବିଡିଓ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe