ବାଇକ ଧକ୍କାରେ ସାଇକେଲ ଆରୋହୀ ମୃତ

Advertisment
କାର ଧକ୍କାରେ ୨ ଜଣ ଛାତ୍ର ମୃତ, ୨ ଗୁରୁତର

Image Courtesy of Deccan Herald

ଦେବଗଡ଼: ଦେବଗଡ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥର କୁରଡ ଗ୍ରାମ ନିକଟରେ ଆଜି ବାଇକ ଧକ୍କାରେ ଜଣେ ସାଇକେଲ ଆରେହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କୁରଡ ଗ୍ରାମର ବିନୋଦ ବାଘ(୬୦) । ଅନ୍ୟପଟେ ବାଇକ ଚାଳକ ଶିକ୍ଷକ କସ୍ତୁ ଝାଙ୍କର ଗୁରୁତର ଆହାତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, କୁରଡ ଗ୍ରାମର ବିନୋଦ ସାଇକେଲ ଯୋଗେ କ‌ୌଣସି କାମରେ ଯାଉଥିବାବେଳେ ଦେବଗଡ ସହରରେ ରହୁଥିବା ଶିକ୍ଷକ ଭାବେ କାର୍ଯ୍ୟରତ ଥିବା କସ୍ତୁ ନିଜ ବାଇକ ଯୋଗେ ଦେବଗଡ ଅଭିମୁଖେ ଯାଉଥିବାବେଳେ ୪୯ନଂ ଜାତୀୟ ରାଜପଥର କୁରଡ ଗ୍ରାମ ନିକଟରେ ଉଭୟଙ୍କ ମଧ୍ୟରେ ମୁହଁାମୁହଁି ଧକ୍କା ହୋଇଥିଲା । ସ୍ଥାନୀୟ ଗ୍ରାମବାସୀମାନେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ବିନୋଦଙ୍କ ମୃତ୍ୟୁ ଘଟିଥିଲା । ଖବରପାଇ ଦେବଗଡ ଥାନା ପୁଲିସ ଶବ ଜବତ କରିବା ସହିତ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଆହାତ କସ୍ତୁ ବର୍ତ୍ତମାନ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe