ଝାରସୁଗୁଡ଼ା: ଗୁଳିଚୋଟରେ ଯୁବକ ମୃତ, ଦୁର୍ବୃତ୍ତ ଫେରାର

କଳାହାଣ୍ଡି: ବଜାରରେ ପରିବା କିଣୁଥିବା ବେଳେ ମାଓବାଦୀଙ୍କ ଗୁଳିମାଡ଼ରେ ଯୁବକ ମୃତ

Hindustan

ଝାରସୁଗୁଡ଼ା: ବ୍ରଜରାଜନଗର ଥାନା ଅନ୍ତର୍ଗତ ମଣ୍ଡଳିଆ ପୋଖରୀ ନିକଟରେ ଗୁରୁବାର ଗୁଳିଚୋଟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ମଣ୍ଡଳିଆ ଗାଁର ପିଣ୍ଟୁ ବାଉରୀଙ୍କ କେହି ଜଣେ ଦୁର୍ବୃତ୍ତ ଗୁଳି କରି ଫେରାର ହୋଇଯାଇଛି। ଗାଁ ଲୋକଙ୍କ ଦ୍ୱାରା ପିଣ୍ଟୁଙ୍କୁ ହସ୍‌ପିଟାଲ ନିଆଯାଇଥିଲା। ହସ୍‌ପିଟାଲରେ ପହଂଚିବା ପରେ ପିଣ୍ଟୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସୂଚନା ପାଇ ପୁଲିସ ମୃତଦେହକୁ ଜବତ କରିଛି ଏବଂ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ହୋଇଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe