ବନ୍ୟା ପାଣିରେ ଭାସିଗଲେ ତିନି ଛାତ୍ର; ଜଣେ ମୃତ, ଦୁଇ ଉଦ୍ଧାର

Advertisment
ବନ୍ୟା ପାଣିରେ ଭାସିଗଲେ ତିନି ଛାତ୍ର; ଜଣେ ମୃତ, ଦୁଇ ଉଦ୍ଧାର

ରାଉରକେଲା: ଜଲଦା ମୁଣ୍ଡାବସ୍ତି ପଛ ପାର୍ଶ୍ଵ ନାଳରେ ଗାଧୋଉଥିବା ବେଳେ ବନ୍ୟା ପାଣି ମାଡି ଆସିବାରୁ ତିନି ଛାତ୍ର ଭାସି ଯାଇଥିଲେ। ଦୁଇ ଜଣକୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ସାରନଗରୀର ଆକାଶ (ଛୋଟୁ) ଯାଦବ (୧୨)। ଜଳଦା ଫାଣ୍ଡି ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ରାଉରକେଲା ସରକାରୀ ହିସ୍ପିଟାଲକୁ ପଠାଇଛି। ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନ ପ୍ରାୟ ଏକଟାରେ ଛୋଟୁ ତାର ସାଂଗ ରୋଶନ ଚୌଧୁରୀ ଓ ଅନ୍ୟ ଜଣେ ନାଳରେ ପଶି ଗାଧୋଉ ଥିଲେ। ହଠାତ ବନ୍ୟା ପାଣି ପଶି ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe