ଟ୍ରେନ୍‌ରୁ ଖସିପଡ଼ି ଜଣେ ମୃତ, ଜିଆରପି ପୁଲିସର ତଦନ୍ତ ଆରମ୍ଭ

ଟ୍ରେନ୍‌ରୁ ଖସିପଡ଼ି ଜଣେ ମୃତ, ଜିଆରପି ପୁଲିସର ତଦନ୍ତ ଆରମ୍ଭ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିଠାରୁ ତୁରେକେଲା ଯାଉଥିବା ରେଳ ଲାଇନ ଦାର୍ବି ଗାଁ ( ୧୬୫/୧୨) ରେଳ ଖୁଣ୍ଟ ନିକଟରେ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ମିଳିବା ପରେ ଘଟଣାସ୍ଥଳରେ ଜିଆରପି ପୁଲିସ ପହଂଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକ ଜଣକ ହେଲେ କଂଟାବାଞ୍ଜି ଥାନା ଦାର୍ବି ଗାଁର ବିଶ୍ୱନାଥ ହାତି (୩୨)।  ଟ୍ରେନ୍‌ରୁ ପଡି ବିଶ୍ୱନାଥଙ୍କ ମୃତ୍ୟୁ ହୋଇଥିବା ସଂଦେହ କରାଯାଉଛି ।

କଣ୍ଟାବାଞ୍ଜି ଜିଆରପି ପୁଲିସ ଅଧିକାରୀ ମୋହନ ନାୟକ ଏବଂ ଏ.ଏସ.ଆଇ ଉମେଶ କୁମାର ଅହିର ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ମୃତ ବିଶ୍ୱନାଥଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କପାଖରୁ ତେଲେଙ୍ଗାନାର ପୈଦାପଲ୍ଲୀରୁ କଂଟାବାଞ୍ଜି ଆସୁଥିବା ରେଳ ଟିକେଟ ମିଳିଛି। ଏହି ଟିକେଟରେ ଡିସେମ୍ବର ୫ ତାରିଖ ଉଲ୍ଲେଖ ରହିିଛି।

publive-image

ମିଳିଥିବା ସୂଚନା ଅନୁସାରେ ବିଶ୍ୱନାଥ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ । ସେଠାରେ କାମ ଧନ୍ଦା ନମିଳିବାରୁ ସେ ନିଜ ଗାଁକୁ ଫେରି ଆସୁଥିବା ତାଙ୍କ ସ୍ତ୍ରୀଙ୍କୁ ଫୋନରେ କହିଥିଲେ। ବିଶ୍ୱନାଥଙ୍କ ଦୁଇଟି ଝିଅ ଓ ଦୁଇଟି ପୁଅ ଥିବା ବେଳେ କାମଧନ୍ଦା କରି ପରିବାର ପୋଷୁଥିଲେ। ଏବେ ତାଙ୍କ ମୃତ ହେବା ଯୋଗୁଁ ପରିବାର ଲୋକେ ଏକ ପ୍ରକାର ଅସହାୟ ହୋଇ ପଡିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe