କେନ୍ଦୁଝର: ଚତୁର୍ଥୀ ଦିନ ବଜ୍ରପାତରେ ଟଳି ପଡ଼ିଲେ ବର, ୩ ଗୁରୁତରଙ୍କୁ ହସ୍‌ପିଟାଲରେ ଭର୍ତ୍ତି

କେନ୍ଦୁଝର: ଚତୁର୍ଥୀ ଦିନ ବଜ୍ରପାତରେ ଟଳି ପଡ଼ିଲେ ବର, ୩ ଗୁରୁତରଙ୍କୁ ହସ୍‌ପିଟାଲରେ ଭର୍ତ୍ତି

ଆନନ୍ଦପୁର: ବିବାହ ପରେ ଚତୁର୍ଥୀ ଅବସରରେ ବୁଧବାର ଭୋଜି ପାଇଁ ସମସ୍ତେ ବ୍ୟସ୍ତ ଥିବା ବେଳେ ବଜ୍ରପାତ ହେବାରୁ ଏଥିରେ ବର ଟଳି ପଡ଼ିଛନ୍ତି। ବଜ୍ରପାତର ଶିକାର ହୋଇଥିବା ଅନ୍ୟ ୩ ଜଣଙ୍କୁ ଗୁୁରୁତର ଭାବେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ମୁନା ମୁର୍ମୁ, ସୁଲୋଚନା ମାରାଣ୍ଡି ଓ ଫଗୁରାମ ହାସଦା।

ରିପୋର୍ଟ ଅନୁସାରେ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଟାଙ୍ଗିରିଆପାଳ ଗାଁରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ଚତୁର୍ଥୀ ଅବସରରେ ଭୋଜିଭାତ ଚାଲିଥିଲା। ସନ୍ଧ୍ୟା ୫ଟାରେ ବଜ୍ରପାତ ହେବାରୁ ୪ ଜଣ ଗୁରୁତର ହୋଇଥିଲେ। ଗୁରୁତର ମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବର ଜିତେନ୍ଦ୍ର ମୁର୍ମୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟମାନଙ୍କର ଚିକିତ୍ସା ଜାରି ରହିଛି। ରିପୋର୍ଟ ଲେଖାଯିବା ବେଳକୁ ଟାଙ୍ଗିରିଆପାଳ ଗାଁରେ ଶୋକାକୂଳ ପରିବେଶ ଦେଖାଯାଇଛି।

ବଜ୍ରପାତ ସମୟରେ ବର ଓ କନ୍ୟା ସମେତ ଅନ୍ୟମାନେ ଘର ପିଣ୍ଡାରେ ବସିଥିଲେ। ହସଖୁସିରେ କଥାବାର୍ତ୍ତା ହେଉଥିବା ବେଳେ ଅଚାନକ ବଜ୍ରପାତ ହେବାରୁ ୩ ଜଣ ଟଳି ପଡ଼ିଥିଲେ। ସୂଚନାଯୋଗ୍ୟ ଜିତେନ୍ଦ୍ରଙ୍କର ମଙ୍ଗଳବାର ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ ଅଂଳଚରେ ବିବାହ ହୋଇଥିଲା। ଆଜି କନ୍ୟାପିତା ଘର ଲୋକେ ଝିଅର ଶାଶୂ ଘରକୁ ଛାଡି ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe