Representative Image
ଲଇକେରା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ରୋହିଦାସପଡାର ଜଣେ ନାବାଳକଙ୍କ ବଜ୍ରପାତରେ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ଶାନ୍ତନୁ ରୋହିଦାସଙ୍କ ପୁଅ ଯୋଗେଶ୍ବର (୧୪)। ଯୋଗେଶ୍ବର ଗୁରୁବାର ଅପରାହ୍ଣ ପ୍ରାୟ ୨ଟାରେ ଗାଈ ଚରାଇବାକୁ ଯାଇଥିବା ସୁକାନ୍ତି ରୋହିଦାସଙ୍କ ପାଖକୁ ପଖାଳ ନେଇ ଯାଇଥିଲା। ହଠାତ୍ ବଜ୍ରପାତ ସହିତ ବର୍ଷା ହେବାରୁ ଯୋଗେଶ୍ୱର ଅଚେତ ହୋଇ ପଡ଼ିଥିଲା। ଖବରପାଇ ପାଖ ବିଲରେ କାମ କରୁଥିବା ତୁଲେଶ୍ବର ମେହେର, ଶିବ ମେହେର ଓ ଭୀମ ରୋହିଦାସ ଅଚେତ ଅବସ୍ଥାରେ ପଡ଼ିଥିବା ଯୋଗେଶ୍ବରଙ୍କୁ ପ୍ରଥମେ ଲଇକେରା ପ୍ରାଥମିକ ଚିକିତ୍ସାଳୟ ଓ ପରେ ମୁଦ୍ରାଯୋର ଗୋଷ୍ଠୀ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଇ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଶୁକ୍ରବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ଏନେଇ ଲଇକେରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ପ୍ରବୀର କେଶରୀ ତ୍ରିପାଠୀ କହିଛନ୍ତି।
Follow Us