Dark storm clouds with rain and lightning over sea at night.
ପୁଇନ୍ତଲା: ବଜ୍ରପାତରେ ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ବ୍ଲକ୍ ବିଲେଇସର୍ଡା ଗାଁର ବାହାଦୁର ନାଏକଙ୍କ ଏକମାତ୍ର ପୁଅ ରାଜେନ୍ଦ୍ର ନାଏକ(୪୭ବର୍ଷ)ଙ୍କ ମୃତ୍ୟୁ ଘଟିଛି। ଗୁରୁବାର ସନ୍ଧ୍ୟାରେ ରାଜେନ୍ଦ୍ର ସୁକତେଲ ନଦୀ କୂଳକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ସେ ବଜ୍ରପାତର ଶିକାର ହୋଇଥିଲେ। ଗାଁ ତାଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପତ୍ନୀ ଓ ଦୁଇ ପୁଅ ଅଛନ୍ତି।
Follow Us