Advertisment

ଦେବଗଡ଼: ବିଲରେ ଚାଷ କାମ କରୁଥିଲେ ମହିଳା, ବଜ୍ରପାତ ନେଲା ଜୀବନ

Advertisment
ବଜ୍ରପାତରେ ଜଣେ ମୃତ୍ୟୁ, ୨ ଗୁରୁତର

Thunderstorm with lightning bolts on the Thai island

ଦେବଗଡ଼: ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରପାତ ଯୋଗୁଁ ଶନିବାର ଅପରାହ୍ଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ ଅନ୍ତର୍ଗତ କୁରୁଡଖମଣ ଗ୍ରାମର ପ୍ରେମମଂଜରୀ ପ୍ରଧାନ (୫୫) ଆଜି ଅପରାହ୍ଣରେ ନିଜ ଚାଷ ଜମିରେ କାମ କରୁଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ଫଳରେ ପ୍ରେମମଂଜରୀ ଅଚେତ ହୋଇ ପଡ଼ିଥିଲେ।

ନିକଟରେ ଥିବା ଅନ୍ୟ ବିଲରେ କାମ କରୁଥିବା ଲୋକେ ମହିଳାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳକୁ ପହଂଚିଥିଲେ। ପରେ ତାଙ୍କୁ ପରିବାର ଲୋକଙ୍କ ସହାୟତାରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପ୍ରେମମଂଜରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା ପାଇ ପୁଲିସ ହସ୍‌ପିଟାଲ ପହଂଚି ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ରବିବାର ପୋଷ୍ଟମର୍ଟମ ହେବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe