ଅଦିନରେ ବଜ୍ରାଘାତ: ବିଲରୁ ଶସ୍ୟ କାଟି ଘରକୁ ଫେରୁଥିବା ବେଳେ ଚାଷୀଙ୍କର ମୃତ୍ୟୁ

Advertisment
ବଜ୍ରପା‌ତରେ ଯୁବଚାଷୀ ମୃତ

Image Courtesy of India.com

କାଶୀପୁର: ଅଦିନିଆ ଝଡ଼ ଆସିଛି। ବର୍ଷା ପରେ ବଜ୍ରପାତ ହୋଇଛି। ଏଥିରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଶିଳା ଗାଁର ମୂଷା ଝଡ଼ିଆ (୪୫)ଙ୍କ ଆଜି ଅପରାହ୍ନରେ ବଜ୍ରପାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି।

ସୂଚନା ଅନୁସାରେ ମୂଷା ଆଜି ଅପରାହ୍ନ ସମୟରେ ଡଙ୍ଗରକୁ କସଲା ଶସ୍ୟ କାଟିବାକୁ ଯାଇ ନିଜ ଘରକୁ ଫେରୁଥିଲେ। ପରେ ପୁଣି ପ୍ରାୟ ୩ଟାରେ ଶୌଚ ପାଇଁ ଗାଁ ନିକଟ ନାଳକୁ ଯାଇଥିଲେ। ହେଲେ ହଠାତ୍‌ ବର୍ଷା ଆରମ୍ଭ ହୋଇଯାଇ ଥିବା ବେଳେ ସେ ନାଳରୁ ଘରକୁ ଫେରୁଥିଲେ। ସେହି ସମୟରେ ହରିଜନ ସାହି ଠାରେ ଥିବା ଏକ ଅସ୍ତଗଛ ନିକଟରେ ବଜ୍ରାଘାତ ହେଇଥିଲା। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହେଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe