ସମ୍ବଲପୁର: ଓଲଟିଲା ଅଟୋ, ଜଣେ ମୃତ, ୯ ଗୁରୁତର

Advertisment
କାର୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

The Hans India

ଯୁଯୁମୁରା: ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ଠାକୁରମାଲ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ଅଟୋ ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତ ଯାତ୍ରୀ ମାନେଶ୍ୱର ବ୍ଲକ ସୁଲୁଙ୍ଗା ଗ୍ରାମର ଟିଲୁ ଓରଫ ଟିକଲୁ ଦୀପ(୨୫)ର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ, ପୁଲିସ ଦୁର୍ଘଟଣାଗ୍ରସ୍ତ ଅଟୋ(ଓଡି ୧୫ କେ ୩୦୮୧)କୁ ଜବତ କରିଛି। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରିଥିବା ବେଳେ ଅଟୋ ଡ୍ରାଇଭର ସୁଲୁଙ୍ଗା ଗ୍ରାମର ଚିତ୍ତରଞ୍ଜନ ତାଣ୍ଡିଆ ଫେରାର ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ସୁଲୁଙ୍ଗା ଗ୍ରାମର ୧୬ ଜଣ ଶ୍ରମିକଙ୍କୁ ନେଇ ଏକ ଅଟୋ ଯୁଯୁମୁରା ବ୍ଲକ ଟାମ୍ପରଗଡ଼ ପଞ୍ଚାୟତ ଖେଜୁରପାଲି ଗ୍ରାମକୁ ଛାତ ପକାଇବାକୁ ଯାଇଥିଲା। ସେଠାରୁ ଛାତ ପକାଇ ସାରି ଶ୍ରମିକ ମାନେ ଗ୍ରାମକୁ ଫେରୁଥିବା ବେଳେ ଠାକୁରମାଲ ଛକରେ ରାସ୍ତା ଉପରେ ଏକ ଗାଈ ଆସିବାରୁ ଡ୍ରାଇଭର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଗାଡ଼ିରେ ଥିବା ୬ ଜଣ ମହିଳା ଓ ୧୦ ଜଣ ପୁରୁଷଙ୍କ ମଧ୍ୟରୁ ମୋଟ ୧୦ ଜଣ ଆହତ ହୋଇଥିଲେ କିନ୍ତୁ ଡାକ୍ତରଖାନା ନେବା ସମୟରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିଲା। ଗାଡ଼ିକୁ ସ୍ଥାନୀୟ ଲୋକେ ଉଠାଇବା ପରେ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe