The Fact News
ଲୋଇସିଂହା: ବୁଧବାର ଭୋର୍ ୪ଟାରେ ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ବୁର୍ଡା ଗ୍ରାମର ଟିଟୁ ଭୋଇ (୨୫)ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ସେହି ଗାଁର କାଳିଆ ସା(୩୦) ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଯେ, ବୁଧବାର ଭୋର୍ରେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ପହଞ୍ଚି ଟିଟୁ ଓ କାଳିଆଙ୍କୁ ଉଦ୍ଧାର କରି ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଟିଟୁଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ କାଳିଆଙ୍କୁ ମଧ୍ୟ ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଟିଟୁଙ୍କ ବାପା ପୂର୍ବରୁ ପ୍ରାଣ ହରାଇଥିବା ବେଳେ ଏବେ ଏକମାତ୍ର ସନ୍ତାନଙ୍କୁ ହରାଇ ତାଙ୍କ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ବ୍ୟବଚ୍ଛେଦ ପରେ ଅପରାହ୍ନରେ ଗାଁରେ ଟିଟୁଙ୍କ ମୃତଦେହ ପହଂଚିବା ପରେ ଶବ ସତ୍କାର କରାଯାଇଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
Follow Us