ବ୍ରାହ୍ମଣୀ ସେତୁ ଉପରେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ହମ୍ପସ ନିର୍ମାଣ ଦାବିରେ ରାସ୍ତାରୋକ

Advertisment

ଦୁର୍ଘଟଣାରେ ପ୍ଲାଣ୍ଟ କର୍ମଚାରୀଙ୍କ ମୃତ୍ୟୁ

ଦୁର୍ଘଟଣାରେ ପ୍ଲାଣ୍ଟ କର୍ମଚାରୀଙ୍କ ମୃତ୍ୟୁ

ବ୍ରାହ୍ମଣୀ ସେତୁ ଉପରେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ହମ୍ପସ ନିର୍ମାଣ ଦାବିରେ ରାସ୍ତାରୋକ

ଯାଜପୁର(କବାଟବନ୍ଧ): ଆଜି ସକାଳୁ ସକାଳୁ ସଡକ ଦୁର୍ଘଟଣାରେ ଜଣେ ପ୍ଲାଣ୍ଟ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ବୁଧବାର ଭୋରରୁ କର୍ମଚାରୀଜଣକ କଳିଙ୍ଗନଗର ଶିଳ୍ପାଚଂଳର ଏକ କାରଖାନରୁ ରାତି ଡ୍ୟୁଟି ସାରି ଜାରକା ଅଂଚଳରେ ଥିବା ନିଜ ଘରକୁ ବାଇକ ଯୋଗେ ଫେରୁଥିଲେ। ତେବେ ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥର ବ୍ରାହ୍ମଣୀ ସେତୁ ଉପରେ ଏକ ଗାଡି ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଉତ୍ତ୍ୟକ୍ତ ହୋଇ ରାସ୍ତାରେ ହମ୍ପସ ନିର୍ମାଣ ଦାବିରେ ରାସ୍ତା ରୋକ କରିଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ଜେନାପୁର ପୁଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲା। ତେବେ ବ୍ରିଜ ନିକଟରେ ପୁଲିସ ବ୍ୟାରିକେଟ ଲଗାଇବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe