ମହୁଲ ଫୁଲ ଗୋଟାଇବା ବେଳେ ସାପ କାମୁଡାରେ ଜଣେ ମୃତ

Advertisment
ଶବ ବଦଳ ଘଟଣା, ଚିତାଭସ୍ମ ଗଲା ରାଜସ୍ଥାନ, ଫେରିଲାନି ଓଡ଼ିଆ ପୁଅର ଶବ

CREATOR: gd-jpeg v1.0 (using IJG JPEG v62), quality = 100

ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ମାଟାପାକା ପଞ୍ଚାୟତର ଟିଟିବିରି ଗ୍ରାମରେ ମହୁଲ ଫୁଲ ଗୋଟାଇବାକୁ ଯାଇଥିବା ଜଣେ ବ୍ୟକ୍ତି ସାପ କାମୁଡାରେ ମୃତ୍ୟୁବରଣ କରିଛନ୍ତି। ଟିଟିବିରି ଗ୍ରାମର ପଦିଆ କାବାସୀ ପ୍ରତିଦିନ ନିକଟସ୍ଥ ଜଙ୍ଗଲକୁ ମହୁଲ ଫୁଲ ଗୋଟାଇବାକୁ ଯାଇଥାନ୍ତି। ପ୍ରତିଦିନ ଭଳି ଆଜି ମଧ୍ୟ ଘରେ କିଛି ମାଣ୍ଡିଆ ଜାଉ ପିଇଦେଇ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଚାଲି ଯାଇଥିଲେ। ମହୁଲ ଫୁଲ ଗୋଟାଉଥିବା ବେଳେ ଅଚାନକ ପଦିଆଙ୍କ ଗୋଟରେ ସାପ କାମୁଡି ଦେଇଥିଲା। ପଦିଆ ସାପ କାମୁଡିବା ଜାଣିବା ପରେ ତୁରନ୍ତ ପାଟି କରିଥିଲେ। ସେହି ସ୍ଥାନରେ ଅନ୍ୟମାନେ ମହୁଲ ଫୁଲ ଗୋଟାଉଥିଲେ। ତୁରନ୍ତ ପଦିଆକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ତେବେ ପଦିଆକୁ ମେଡିକାଲକୁ ଆଣିବା ହୁଏତ ବିଳମ୍ବ ହୋଇଯାଇ ଥାଇପାରେ। ଚିକିତ୍ସିତ ଅବସ୍ଥାରେ ମେଡିକାଲରେ ପଦିଆର ମୃତ୍ୟୁ ହୋଇଯାଇଥିଲା। ପଦିଆ ଘରର ଜଣେ ମାତ୍ର ରୋଜଗାରିଆ। କୁଲି ମଜୁରି କରି ନିଜର ତିନୋଟି ପିଲା ଏବଂ ପତ୍ନୀଙ୍କ ପେଟରେ ଦାନା ଯୋଗାଡ କରିଥାଏ। ତେବେ ପଦିଆର ମୃତ୍ୟୁ ପରେ ଏବେ ପରିବାରର ଅବସ୍ଥା କଣ ହେବ ସହଜରେ ଅନୁମେୟ। ତିନି ପିଲା ବାପା ଛେଉଁଣ୍ଡ ହୋଇଗଲେ। ପଦିଆର ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe