New Indian Express
ଭବାନୀପାଟଣା: କାଳବୈଶାଖୀ ପ୍ରଭାବରେ ଜୋର୍ରେ ପବନ ବୋହୁଥିବା ବେଳେ ଆମ୍ବ ଗୋଟାଇବାକୁ ଯାଇଥିବା ଜଣେ ବାଳିକା ଉପରେ ଗଛଡାଳ ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଅଂଚଳରେ ରବିବାର ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଗୋଲାମୁଣ୍ଡା ଗାଁରେ ଆଜି ଅପରାହ୍ଣରେ କାଳବୈଶାଖୀ ଦେଖାଯାଇଥିଲା। ଏହି ସମୟରେ ଗୋଲାମୁଣ୍ଡା ଗାଁର ୬ ଜଣ ବାଳିକା ଆମ୍ବ ଗୋଟାଇବାକୁ ତୋଟାକୁ ଯାଇଥିଲେ।
ଗାଁର କମ୍ବୁଲିନି ରଣା ଏବଂ ତାଙ୍କର ଅନ୍ୟ ୫ ଜଣ ସାଙ୍ଗ ଆମ୍ବ ଗୋଟାଉ ଥିବା ବେଳେ ସେମାନଙ୍କର ଉପରେ ଏକ ବଡ଼ ଆମ୍ବ ଡାଳ ପଡ଼ିଥିଲା। ଘଟଣାସ୍ଥଳରେ ହିଁ ଜଣେ କମ୍ବୁଳିନିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଧର୍ମଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିରୁ ୨ ଜଣ ବାଳିକାଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଆହତ ବାଳିକାଙ୍କର ଅବସ୍ଥା ଠିକ୍ ହୋଇପାରି ନାହିଁ।
Follow Us