Representative photo by Patrika
ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କୁସୁମବଂଧ ଫଚାୟତ ତୁଳସୀବଣୀ ଗ୍ରାମ ନିକଟରେ ଗୁରୁବାର ଟ୍ରାକ୍ଟର ମାଡିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି। ମୃତ ଯୁବକ ହେଲେ ନୂଆଡିହି ଗ୍ରାମର ହୃଦୁ ସିଂ (୩୦)। ଆହତମାନେ ହେଲେ ସେହି ଗ୍ରାମର ଦୁଲାଲ ଦେହୁରୀ (୨୫) ଓ ଲକ୍ଷ୍ମଣ ସିଂ (୨୬)।
ସୂଚନା ଅନୁସାରେ ଆଜି ଗୁଡଗୁଡିଆ ହାଟରୁ ଦୃତଗତିରେ ଟ୍ରାକ୍ଟର ଟି ଫେରୁଥିବା ବେଳେ ଏକ ଖାଲରେ ପଡିଯାଇଥିଲା। ଫଳରେ ଟ୍ରାକ୍ଟର ଟ୍ରଲିରେ ବସିଥିବା ଶ୍ରମିକ ହୃଦୁ ସିଂ, ଦୁଲାଲ ଦେହୁରୀ ଓ ଲକ୍ଷ୍ମଣ ସିଂ ଛିଟିକି ପଡିଥିଲେ।
ତିନି ଯୁବକଙ୍କୁ ଆମ୍ବୁଲାନ୍ସରେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କାରଯାଇ ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ପଠାଇ ଦିଆଯାଇଥିଲା। ଦୁର୍ଘଟଣା ଘଟାଇ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା। ଡ୍ରାଇଭର ଟ୍ରାକ୍ଟର ନେଇ ପଳାଇଥିବା ପୁଲିସ କହିଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରଟି ହିଜିଳି ଗ୍ରାମର ବୋଲି ଶ୍ରମିକମାନେ କହିଛନ୍ତି।
Follow Us