ସାଇକେଲ ଆରୋହୀ ଯୁୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

Advertisment
ପୁଅକୁ ବିଷ ଦେଇ ମାରିଲା ମା', ୫ ଦିନ ପରେ ଗଳିତ ଶବ ଉଦ୍ଧାର

zeenews.india.com

କଳାବାଡିଆ: ରାକ୍ଷୀ ପୂର୍ଣ୍ଣିମା ରାତି ମୟୂରଭଂଜ ଜିଲ୍ଲାର ଝାରପୋଖରିଆ ଥାନା ଧାଙ୍ଗିଡିଶୋଳ ଛକରେ ବାଇକ୍‌ ଆରୋହୀ ଓ ସାଇକେଲ ଆରୋହୀଙ୍କ ମଧ୍ୟ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଥିଲେ। ବାଙ୍ଗିରିପୋଷି ଥାନା ଗୋଲାମୁଣ୍ଢାକଟା ଫଚାୟତ ନାଖୁରା ଗ୍ରାମର ମଙ୍ଗଲ ସିଂ ଓ ଚୁଆପାଣି ଗ୍ରାମର ରାବେ ସିଂଙ୍କ ସହିତ କୌଣସି କାମରେ ନିଜ ବଂଧୁ ଘର ଝାରପୋଖରିଆ ଯାଉଥିଲେ। ତେବେ ଧାଙ୍ଗିଡିଶୋଳ ଛକ ପାଖରେ ମୋଟସାଇକେଲ ଓ ଜଣେ ସାଇକେଲ ଆରୋହୀ ସହିତ ଧକ୍କା ହୋଇଥିଲା।

ଘଟଣାସ୍ଥଳରେ ବାଇକ୍‌ର ପଛରେ ବସିଥିବା ମଙ୍ଗଲ ସିଂଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିଲେ। ଦୀର୍ଘ ସମୟ ଧରି ଆମ୍ବୁଲାନ୍‌ସ ନ ଆସିବାରୁ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଜନସାଧାରଣ ରାଜରାସ୍ତା ୧୮କୁ ବନ୍ଦ କରିଥିଲେ। ରାସ୍ତାରେ ଛଟପଟ ହେଉଥିବା ରାବେ ସିଂକୁ କିଛି ସାମ୍ବାଦିକ ଓ ଜନସାଧାରଣ କୁଳିଅଣା ଡାକ୍ତରଖାନା ପରେ ବାରିପଦା ନେଇ ମାନବିକତା ଦେଖାଇ ଥିଲେ। ସାଇକେଲ ଆରୋହୀଙ୍କ ତଥ୍ୟ ସେତେବେଳେ ଜଣାପଡି ନଥିଲା।

କୁମ୍ଭାରମୁଣ୍ଡାକଟା ଗ୍ରାମର ଶିବସେଠୀଙ୍କ ପୁଅ ଗୌରାଙ୍ଗ ସେଠୀ (୨୬) ଜାଲଦା ଗ୍ରାମ ନିଜ ମାଉସୀ ଘରୁ ଭଉଣୀଙ୍କ ଠାରୁ ରାଖି ବାନ୍ଧି ସାଇକେଲରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସଂପର୍କିୟ ଭାଇ ଦୁର୍ଘଟଣାର ଖବର ପାଇ ନିଜ ମଟରସାଇକଲରେ ବାରିପଦା ପରେ କଟକ ଚିକିତ୍ସା ପାଇଁ ନେଇ ଆସି ଥିଲେ। ତେବେ ଗୌରାଙ୍ଗ ସେଠାରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ବିଳମ୍ବିତ ରାତିରେ ଗ୍ରାମରେ ମୃତଦେହ ଘରେ ପହଞ୍ଚିବ ବୋଲି ଜଣାପଡିଛ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe