ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ପ୍ରୋକ୍ଲିନ ଗାଡ଼ି ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ୪ ଘଣ୍ଟା ରାସ୍ତାରୋକ

Advertisment
ବଜ୍ରପାତରେ ଜଣେ ମୃତ 

Telegraph India

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମାନିଗାଁରେ ଆଜି ଦିନ ପ୍ରାୟ ସାଢେ଼ ଗୋଟାଏରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଏକ ପ୍ରୋକ୍ଲିନ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ମାନିଗାଁ ଗ୍ରାମର ଉଛବ ମାଝୀ (୪୪) ବୋଲି ଜଣା ପଡିଛି। ତେବେ ଉତ୍ୟକ୍ତ ଗ୍ରାମବାସୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ମାନିଗାଁ ମୁଖ୍ୟ ରାସ୍ତାକୁ ୪ ଘଣ୍ଟା କାଳ ବନ୍ଦ କରି ରଖିଥିଲେ। ଉତ୍ୟକ୍ତ ଜନତା ଶବ ଉଠିବାକୁ ଦେଇ ନଥିଲେ। ତେବେ ଡାବୁଗାଁ ପୁଲିସ ଏଥିରେ ହସ୍ତକ୍ଷେପ କରି ଲୋକଙ୍କୁ ବୁଝାସୁଝା କରିବା ପରେ ଗ୍ରାମବାସୀ ସନ୍ଧ୍ୟା ୬ ଘଣ୍ଟା ସମୟରେ ଶବ ଉଠାଇ ଥିଲେ। ମାନିଗାଁ ମଇଦଲପୁର ରାସ୍ତା କାର୍ଯ୍ୟ କରୁଥିବା ଠିକାଦାର ମୃତକ ପରିବାରକୁ ୫୦ ହଜାର ଅର୍ଥ ରାଶି ଦେବା ନେଇ ପ୍ରତିଶୃତି ଦେଇଥିଲେ। ଏନେଇ ଡାବୁଗାଁ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଶବ ଜବତ କରିଛି।

ସୂଚନା ଅନୁଯାୟୀ, ମାନିଗାଁ ଗ୍ରାମର ଉଛବ ମାଝୀ (୪୪) ନିଜ ଜମିକୁ ଯାଇ ଦିନ ପ୍ରାୟ ସାଢେ଼ ୧ ଘଣ୍ଟା ସମୟରେ ଘରକୁ ଫେରିବା ସମୟରେ ଅସାବଧାନତା ବଶତଃ ମାନିଗାଁରେ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ପ୍ରୋକ୍ଲିନ ଗାଡ଼ି ଧକ୍କାରେ ଗାଡ଼ି ତଳେ ପଡି ଯାଇଥିଲା। ଗାଡିର ଲୁହା ମୁହଁରେ ଧକ୍କା ହେବା ଫଳରେ ସେହି ଠାରେ ହିଁ ଉଛବର ମୃତ୍ୟୁ ଘଟିଥିଲା। ସଙ୍ଗେସଙ୍ଗେ ଗ୍ରାମ ବାସୀଙ୍କ ଭିଡ ଜମିବା ସହ ମୃତକଙ୍କ ପରିବାରକୁ ଉଚିତ୍ କ୍ଷତି ପୂରଣ ଦାବିରେ ଶବ ଦୁର୍ଘଟଣା ସ୍ଥଳରୁ ଉଠାଇ ନଥିଲେ। ଖବର ପାଇ ଡାବୁଗାଁ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବେହୁରିଆ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ତେବେ ମାନିଗାଁ ଠାରୁ ମଇଦଲପୁର ରାସ୍ତା କାର୍ଯ୍ୟ କରୁଥିବା ଠିକାଦାର ମୃତ ପରିବାର ବର୍ଗଙ୍କୁ ୫୦ ହଜାର ଅର୍ଥ ରାଶି ଦେବା ନେଇ ପ୍ରତିଶ୍ରୁତି ଦେବା ପରେ ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ ଶବ ହଟିଥିଲା। ଏ ନେଇ ମୃତ ଉଛବର ଭାଇ ଧନର ମାଝୀ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ମାମଲା ରୁଜୁ କରିଛନ୍ତି। ଆସନ୍ତାକାଲି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବେହୁରିଆ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe