ବାଇକ ଦୁର୍ଘଟଣାରେ ଜଣେ ମୃତ

ବାଇକ ଦୁର୍ଘଟଣାରେ ଜଣେ ମୃତ

closeup of the feet of a dead body covered with a sheet, with a blank tag tied on the big toe of his left foot, in monochrome, with a vignette added

ତେନ୍ତୁଳିଖୁଣ୍ଟି: ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅମଳାଭଟ୍ଟା ନିକଟରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ପାପଡାହାଣ୍ଡି ବ୍ଲକ ସେମଳା ପଞ୍ଚାୟତ ଅନ୍ତର୍ଗତ ଉସିଗାଁ ଗ୍ରାମର ଯୀଶୁଦାନ ହରିଜନ (୨୮) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଯୀଶୁଦାନ କୌଣସି କାମରେ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କାମତା ଗ୍ରାମକୁ ଏକ ବାଇକ ଯୋଗେ ଆସିଥିଲେ। କାମ ସାରି ଫେରିବା ସମୟରେ ଅମଳାଭଟ୍ଟା ନିକଟରେ ବାଇକଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।

ଯୁବକ ଜଣଙ୍କ ବାଇକରୁ ଛିଟିକି ରାସ୍ତା କଡରେ ପଡ଼ିଥିବା ବେଳେ ଏହା ଦେଖି ଗ୍ରାମବାସୀ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ କର୍ମଚାରୀ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଯୁବକଙ୍କୁ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ପୁଲିସ ସୂଚନା ପାଇଥିବା ବେଳେ ଆସନ୍ତା କାଲି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କାରାଯିବ ବୋଲି ଥାନା ଅଧିକାରୀ ଉମେଶ ନାୟକ ସୂଚନା ଦେଇଛନ୍ତି। ମୃତ ଯୁବକ ଜଣଙ୍କ ଗତବର୍ଷ ବିବାହ କରିଥୁବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe