ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀର ମୃତ୍ୟୁ

ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ବାପଘର ଲୋକ

DNA India

ବୈପାରିଗୁଡା: ଘର ତିଆରି କରୁଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଜନୈକ ରାଜମିସ୍ତ୍ରୀଙ୍କର ଶୋଚନୀୟ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଘଟଣା ଅନୁଯାୟୀ, ବୈପାରିଗୁଡା ଠାରେ ଜନୈକ ବ୍ୟକ୍ତିଙ୍କ ନୂତନ ଭାବେ ଘର ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏହି କାମରେ କୋଲାର ପଞ୍ଚାୟତ ଅନ୍ତର୍ଗତ ଗନିପୁଟ ଗ୍ରାମର ପଦ୍ମନ ଖରା (୨୫) ରାଜମିସ୍ତ୍ରୀ ଭାବେ ନିଯୁକ୍ତି ଥିଲେ। ଆଜି ପୂର୍ବାହ୍ନରେ ପଦ୍ମନ କାମ ଆରମ୍ଭ କରି ଝରକାରେ ତାଜା ତିଆରି କରିବା କାମ ଆରମ୍ଭ କରିଥିଲେ। ତେବେ ସେ ନିଜ ହାତରେ ଧରିଥିବା ଗଜ ବାଡ଼ି ହଠାତ୍ ଘର ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଯାହାଫଳରେ ପଦ୍ମନ ଜୋରଦାର ବିଦ୍ୟୁତ୍ ଆଘାତ ପାଇଥିଲେ।

publive-image Sambad

ପଦ୍ମନ ସହ କାମ କରୁଥିବା ଶ୍ରମିକ ମାନେ ତାର ପରିବାରକୁ ଖବର ଦେବା ସହ ବୈପାରିଗୁଡା ଡାକ୍ତରଖାନାକୁ ନେଇଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ଜୟପୁର ଜିଲ୍ଲା ହସ୍ପିଟାଲକୁ ନେବା ପାଇଁ ପରାମର୍ଶ ଦେଇଥିଲେ। ଜୟପୁର ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଅପରାହ୍ନ ୨.୧୫ ମିନିଟ୍‌ ସମୟରେ ପଦ୍ମନର ମୃତ୍ୟୁ ହୋଇଯାଇଥିଲା। ବୈପାରିଗୁଡା ପୁଲିସ ତଦନ୍ତ କରିବା ସହ ଶବ ଜବତ କରିଛନ୍ତି। ତେବେ ସୂର୍ଯ୍ୟାସ୍ତ ପରେ ଶବ ବ୍ୟବଚ୍ଛେଦ କରାଯିବାର ନିୟମ ନଥିବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe