ଅଧୁରା ରହିଲା ବିବାହ ଆଶା: ୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ

Advertisment
ଅଧୁରା ରହିଲା ବିବାହ ଆଶା: ୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ

photo-representational

କଣ୍ଟାମାଳ: ଆସନ୍ତା ଫେବ୍ରୁଆରି ୨୪ ତାରିଖ ହୋଇଥାନ୍ତା ବାହାଘର। ହେଲେ ଦଇବ ନିର୍ଦ୍ଦେଶ ଥିଲା କିଛି ଅଲଗା ପ୍ରକାର। ବିବାହର ଦୁଇ ସପ୍ତାହ ପୂର୍ବରୁ ଦୁର୍ଘଟଣା ନେଇଗଲା ଜୀବନ। ଏବେ ଘରେ ପଡ଼ିଛି କାନ୍ଦବୋବାଳି। ଗୁରୁବାର ରାତି ୮ଟା ସମୟରେ କଣ୍ଟାମାଳ ଟିଭିଏସ୍ ସୋରୁମ୍ ସମ୍ମୁଖରେ ୨ଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଅନ୍ୟଜଣେ ଗୁରୁତର ଆହତଙ୍କୁ ପ୍ରଥମେ କଣ୍ଟାମାଳ ଓ ପରେ ସୋନପୁରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, କଣ୍ଟାମାଳ ଗ୍ରାମର ଅନନ୍ତ ବାଘଙ୍କ ବାହାଘର ଆସନ୍ତା ୨୪ ତାରିଖରେ ଥିବାରୁ ବିବାହ ସାମଗ୍ରୀ ଯୋଗାଡ଼ କରିବାକୁ ନିଜର ଅନ୍ୟ ୨ ସହଯୋଗୀଙ୍କ ସହିତ ବାଇକରେ ବାହାରିଥିଲେ।

ବିପରୀତ ଦିଗରୁ ଜଣେ ଯୁବକ ଏକ ବାଇକରେ ଆସୁଥିବା ବେଳେ ସ୍ଥାନୀୟ ଟିଭିଏସ୍ ସୋରୁମ ସମ୍ମୁଖରେ ୨ଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଅନନ୍ତଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ସହ ଥିବା ଅନ୍ୟଜଣେ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ପ୍ରଥମେ କଣ୍ଟାମାଳ ଓ ପରେ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। କଣ୍ଟାମାଳ ପୁଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିବା ଥାନାଧିକାରୀ ନଳିନୀକାନ୍ତ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe