ଯୁବକଙ୍କୁ ମାଡିଦେଲା ଟ୍ରକ୍, ଜଣେ ମୃତ

Advertisment
ଦୁର୍ଘଟଣାରେ ଜଣେ ମୃତ

ପଦ୍ମପୁର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ପଳାସପଙ୍ଗ‍ା ଓଭରବ୍ରିଜ ନିକଟରେ ଟ୍ରକ୍ ମାଡିଯିବାରୁ ଵାଇକ ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଗୋବର୍ଦ୍ଧନ ପଞ୍ଚାୟତ ବଣୁଆଁ ଗ୍ରାମର ମୁକୁନ୍ଦ ସୁଣ୍ଢି(୨୭)ବୋଲି ଜଣାପଡିଛି। ଗୁରୁତର ଜଣଙ୍କ ହେଲେ ଜାରକା ମୁଣ୍ତା।

ଘଟଣାରୁ ପ୍ରକାଶ ଯେ,ଆଜି ଉଭୟ ଝୁମ୍ପୁରା ବଜାରକୁ (ଓଡି-୦୯-ଏକ୍ସ-୨୮୦୦) ହୋଣ୍ତା ଏସପି ୧୨୫ ଵାଇକରେ ଯାଇଥିଲେ। ସେଠାରୁ କାମ ସାରି ଘରକୁ ଫେରୁଥିବାବେଳେ ବାଇକ୍ ନିୟନ୍ତ୍ରଣ ହରାଇ ବ୍ୟାରିକେଡରେ ଚଢିଯାଇଥିଲା।ଫଳରେ ଜାରକା ଲଟାବୁଦାରେ ଛିଟିକି ପଡିଥିବାବେଳେ ମୁକୁନ୍ଦ ରାସ୍ତାରେ ପଡିଯାଇଥିଲେ। ପଳାସପଙ୍ଗା ପଟୁ ଝୁମ୍ପୁରା ଅଭିମୁଖେ ଯାଉଥିବା ଏକ ଟ୍ରକ ମୁକୁନ୍ଦଙ୍କ ମୁଣ୍ତରେ ମାଡିଯିଵାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ଯ ଘଟିଥିଲ‍ା। ଘଟଣାସ୍ଥଳରେ ପଳାଶପଙ୍ଗା ବିଟ୍ ପୁଲିସ ପହଞ୍ଚି ମୃତକ ଓ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe