ଘରକୁ ଫେରିବା ବେଳେ ବଜ୍ରାଘାତ; ପୁତୁରା ମୃତ, ବର୍ତ୍ତିଗଲେ ଦାଦା

Advertisment
କାଳବୈଶାଖୀର ତାଣ୍ଡବ: ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

Representative Image

ବରପାଲି: ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଆଗଲପୁର ଗ୍ରାମର ବିଶ୍ଵାଳ ମେହେର (୧୯) ବଜ୍ରାଘାତରେ ମୃତ। ପ୍ରକାଶଯୋଗ୍ୟ ଯେ, ଆଗଲପୁର ଗ୍ରାମରୁ ନିଜ କକା (ଦାଦା) ସହଦେବ ମେହେରଙ୍କ ସହିତ ବରପାଲିକୁ ଘରୋଇ କାମରେ ଯାଇ ବସ ଯୋଗେ ଫେରି ଧାଁଙ୍ଗେରପାଲି ରାସ୍ତାରେ ବସରୁ ଓଲ୍ଲାଇ ଆଗଲପୁର ଫେରୁଥିବା ସମୟରେ  ବଜ୍ର ମାରିଥିବାରୁ ଯୁବକ ବିଶ୍ବାଳ ତଳେ ପଡିଯାଇଥିଲେ।

ବଜ୍ରାଘାତରେ କକା ବର୍ତ୍ତିଯାଇଥିବା ବେଳେ ପୁତୁରା ଟଳି ପଡ଼ିଥିଲେ। ତୁରନ୍ତ ଆମ୍ବୁଲାନ୍ସକୁ ଖବର କରି ବରପାଲି ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ବିଶ୍ଵାଳକୁ ଡାକ୍ତର ମୃତ ଘୋଷଣା କରିଥିଲେ। ବରପାଲି ତହସିଲଦାର ଅକ୍ଷୟ କୁମାର ବାଗ୍‌ଙ୍କ ଉପସ୍ଥିତିରେ ବରପାଲି ପୁଲିସ ଏହି ଘଟଣାର ତଦନ୍ତ କରିଥିଲା। ଏବଂ ଏକ ମାମଲା ରୁଜୁକରି ଶବ ବ୍ୟବଛେଦ ପାଇଁ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ପଠାଇଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe