ଟ୍ରକ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ର  ଝାରଗାଁ ଛକ ନିକଟରେ ରବିବାର ଦିନ ୧ଟାରେ ଏକ ବାଇକ (ଓଡି ୧୬ ଇ ୯୮୨୭) ଓ ଟ୍ରକ (ଓଡି ୧୪ ଏନ୍‌ ୧୦୫୧) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ବାଇକ ଆରୋହୀ ସୁନ୍ଦରଗଡ଼ ଜିଲ୍ଲା ବୁଡ଼ାବାହାଲର ରାଜୁ ବାଗ (୩୦) ଗୁରୁତର ଆହତ ହୋଇଥିଲେ। ରେଙ୍ଗାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ରାଜୁଙ୍କୁ ଚିକିତ୍ସା ପାଇଁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜୁ ନିଜ ଶ୍ୱଶୁର ଘର ରାୟଗଡ଼ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା। ପୁଲିସ ଟ୍ରକଟିକୁ ଜବତ କରିଛି। ଡ୍ରାଇଭର ଫେରାର ହୋଇଯାଇଥିବା ରେଙ୍ଗାଲି ଥାନା ଅଧିକାରୀ କେ. ସମରିଆ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe